ଦିପାବଳୀରେ ଚଳଚଞ୍ଚଳ ମା’ ଶ୍ୟାମାକାଳୀଙ୍କ ମନ୍ଦିର

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ବାଲିସାହି ପୁରୁଣା ନହରରେ ମା’ କାଳୀଙ୍କ ମନ୍ଦିର ଅବସ୍ଥିତ । ଶୁଣାଯାଏଯେ, ବହୁ ପୁରାତନ କାଳରୁ ମା’ ଶ୍ୟାମାକାଳୀ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଶୁଣିବାକୁ ମିଳେଯେ, ସାହିରେ ଥିବା ସମସ୍ତ ଦେବିମାନେ ରାତ୍ର ତୃତୀୟ ପ୍ରହରରେ ଏକତ୍ରିତ ହୋଇ ଦେବସଭା ନିମନ୍ତେ ଶ୍ରୀମନ୍ଦିରକୁ ଯାଇଥାନ୍ତି । ଗତକାଲି ଦିପାବଳୀ ଥିବା ହେତୁ ମା’ଙ୍କର ପୂଜା ନିମନ୍ତେ ବହୁ ଭକ୍ତ ମା’ଙ୍କ ଦର୍ଶନ ନିମନ୍ତେ ଆସିଥିବା ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ଦେବ ଦିପାବଳୀ ପରମ୍ପରା ପାଳିତ ହୋଇଥିବା ବେଳେ ମନ୍ଦିରରୁ ଶ୍ରୀ ନାରାୟଣ ମହୋଦଧି ବିଜେ କରିଥିଲେ । ମା’ଙ୍କ ପୂଜାର୍ଚ୍ଚନା ଆଦି କରୋନା କଟକଣା ମଧ୍ୟରେ ପାଳିତ ହୋଇଯାଇଛି ।

Leave a Reply

Your email address will not be published.