କଥାଦେଇ କାମରେ କରି ଦେଖାଇଲେ ମୁଖ୍ୟମନ୍ତ୍ରୀ

ବାଙ୍କୀ, (ନାଗରାଜ ନ୍ୟୁଜ ): ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ଅନେକ ରାସ୍ତା ନିର୍ମାଣ କରିବା ସହିତ ନିର୍ମାଣ କରିଛନ୍ତି ଅନେକ ସେତୁ । ସେହିଭଳି ରାଜ୍ୟ ସରକାର ଆଉ ଏକ ସେତୁ ନିର୍ମାଣ କରିଛନ୍ତି ଯାହାର ନାମ ହେଉଛି ‘ଟି’ ସେତୁ । ଯାହାକୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ୨୦ ଡିସେମ୍ବର ରେ ଉଦଘାଟନ କରିବାର କାର୍ୟ୍ୟକ୍ରମ ରହିଛି । କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର । ଯାହା କେବଳ ନାମରେ ସୀମିତ ନାହିଁ । ଏହି ଗୋପୀନାଥପୁର ନିକଟରେ ଥିବା ମହାନଦୀର ଗର୍ଭରେ ବାଲୁକା ଶଯ୍ୟା ଉପରେ ବିରାଜମାନ କରିଛନ୍ତି ବାବା ସିଂହନାଥ । ଏହି ପୀଠ ପ୍ରସିଦ୍ଧ ଶୈବ ପୀଠମାନଙ୍କ ମଧ୍ୟରେ ଅନ୍ୟତମ । ପ୍ରତିବର୍ଷ ପବିତ୍ର ମକରସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ହୋଇଉଠେ ବାବା ସିଂହନାଥ ଦେବଙ୍କ ପୀଠ । ଐତିହପୂର୍ଣ୍ଣ ପ୍ରସିଦ୍ଧ ବାଲି ମକର ମହୋତ୍ସବ ।

ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ବାବା ସିଂହନାଥଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଓଡ଼ିଶାର ଦୁରଦୁରନ୍ତାରୁ ବ୍ୟବସାୟୀମାନେ ଆସି ମଧ୍ୟ ନିଜ ନିଜର ବ୍ୟବସାୟ ପାଇଁ ମହାନଦୀ ମଝିରେ ବାଲୁକା ବକ୍ଷରେ ନିଜ ନିଜର ପସରା ପକାଇ ଦେଇଥାନ୍ତି । ୫ ଦିନ ଧରି ଚାଲୁଥିବା ଏହି ଐତିହପୂର୍ଣ୍ଣ ବାଲି ମକର ମହୋତ୍ସବକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଯୁଦ୍ଧକାଳୀନ ଭିତ୍ତିରେ ୧୪ ରୁ ୧୫ ଲକ୍ଷ ଟଙ୍କା ବ୍ୟୟରେ ଗୋପୀନାଥପୁର ଠାରୁ ବାବା ସିଂହନାଥଙ୍କ ଶୈବପୀଠକୁ ଯିବାପାଇଁ ୩ କିଲୋମିଟର ମାଟି ରାସ୍ତା ମହାନଦୀର ବାଲୁକା ବକ୍ଷରେ ନିର୍ମାଣ କରାଯାଇଥାଏ । ପ୍ରତିବର୍ଷ ଲକ୍ଷାଧିକ ଟଙ୍କାରେ ସିଂହନାଥ ପୀଠକୁ ନିର୍ମାଣ ହେଉଥିବା ରାସ୍ତା ବର୍ଷା ଋତୁରେ ପୁଣି ମହାନଦୀରେ ଲୀନ ହୋଇଯାଏ ଏବଂ ଏହାଦ୍ୱାରା ମଧ୍ୟ ଅନେକ ସମୟରେ ଅନେକ ଅଘଟଣ ଘଟୁଥିବାର ଦେଖିବାକୁ ମିଳିଥାଏ । ସେ ସବୁକୁ ଦୃଷ୍ଟିରେ ରଖି ବାବା ସିଂହନାଥ ପୀଠକୁ ତଥା ବଡମ୍ବା ନରସିଂହପୁରରୁ ବାଙ୍କି ଖୋର୍ଦ୍ଧାକୁ ଯାତାୟାତ କରିବା ପାଇଁ ସେତୁ ନିର୍ମାଣର ଦାବି ହୋଇଆସୁଥିଲା । କଥାଦେଇଥିଲେ ଏବଂ ସେ ତାଙ୍କର କଥା ମଧ୍ୟ ରଖିଲେ ।

Leave a Reply

Your email address will not be published.