ଓଡ଼ିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର ଉଦଘାଟିତ

କଟକ, (ନାଗରାଜ ନ୍ୟୁଜ ): ଉଦଘାଟିତ ହେଲା ଓଡ଼ିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର। ଶିଶୁ ଦିବସ ଅବସରରେ ସାରା ରାଜ୍ୟରେ ଆୟୋଜିତ ହୋଇଥିଲା ପାରିବାରିକ ଚିତ୍ରକଳା ପ୍ରତିଯୋଗିତା । କୃତୀ ୧୨ ଜଣ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି । ଏହି ସବୁ ଚିତ୍ରକଳା ନେଇ ତିଆରି ହୋଇଛି ଓଡ଼ିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର । ଓଡିଶା ହାଇକୋର୍ଟର ଜୁଡିସିଆଲ କ୍ୟାଲେଣ୍ଡର ରାଜ୍ୟର ବିଭିନ୍ନ ପରିବାର ଅଦାଲତରେ ଏହା ସ୍ଥାନ ପାଇବ । ଏହାଦ୍ବାରା ପରିବାର ଉପରେ ସକରାତ୍ମକ ପ୍ରଭାବ ପଡ଼ିବ । ଏହିସବୁ ଚିତ୍ର ରାଜ୍ୟର ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଆଙ୍କିଛନ୍ତି । ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରଖିବା ପାଇଁ ଏଭଳି ଚିନ୍ତାଧାରାରେ ପ୍ରସ୍ତୁତ ହୋଇଛି କ୍ୟାଲେଣ୍ଡର ।

ଓଡିଶା ସାଧାରଣ କ୍ୟାଲେଣ୍ଡରରେ କେବଳ ତାରିଖ ରହୁଥିବାବେଳେ ଏହି କ୍ୟାଲେଣ୍ଡରରେ ତାରିଖ ସହ ପରିବାର ମଧ୍ୟରେ ଭଲ ପାଇବା ଓ ବୁଝାମଣା ଚିତ୍ର ଦେଖିପାରିବେ ଦେଖଣାହାରୀ । ଲୋକଙ୍କ ଉପରେ ଏହାର ସୁପ୍ରଭାବ ପଡ଼ିବ ବୋଲି ଆଶା କରାଯାଉଛି । ଏହି କାର୍ୟ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଭାସ୍କର୍ୟ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ଓ ବିଶିଷ୍ଟ ଚିତ୍ର ଶିଳ୍ପୀ ରବି ନାରାୟଣ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.