କତର କେଲା ଗାଁ ରାସ୍ତାର ଅବସ୍ଥା ଶୋଚନୀୟ

ମୁରିବାହାଲ, (ନାଗରାଜ ନ୍ୟୁଜ): ପାଣି କାଦୁଅରେ ପଚପଚ ରାସ୍ତା । ଗାଁ ମଝିରାସ୍ତାରେ ଜମି ରହିଛି ପାଣି । ଏଭଳି ଦୃଶ୍ୟ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ କତର କେଲା ଗାଁରେ ଦେଖିବାକୁ ମିଳିଛି । ଗାଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ଏହି ରାସ୍ତା ଦେଇ ସକାଳୁ ସଞ୍ଜ ଯାଏଁ ଯିବା ଆସିବା କରିଥାନ୍ତି ଗ୍ରାମବାସୀ । ଗାଁରେ ପ୍ରାୟ ପାଞ୍ଚ ଶହରୁ ଛଅ ଶହ ଲୋକେ ବାସ କରନ୍ତି । ବହୁବାର ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.