କାର୍ଯ୍ୟକ୍ଷମ ହେଲା କଟକ ପ୍ରିପେଡ ଅଟୋ

କଟକ, (ନାଗରାଜ ନ୍ୟୁଜ): କାର୍ଯ୍ୟକ୍ଷମ ହେଲା କଟକ ପ୍ରିପେଡ ଅଟୋ । ରେଳ ଷ୍ଟେସନରେ କୋଭିଡ଼ ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଥିବା ପ୍ରିପେଡ ଅଟୋସେବା ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସେବାର ଶୁଭାରମ୍ଭ କରିଛନ୍ତି । କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଅଟୋ ଚାଳକଙ୍କୁ ପୋଷାକ ଓ ପରିଚୟ ପତ୍ର ବଣ୍ଟନ କରାଯାଇଛି । ଅଟୋ ଚାଳକମାନଙ୍କର ସମସ୍ତ ସମସ୍ୟା ଦୂର କରାଯାଇଥିବାରୁ ଏହା ଯାତ୍ରୀଙ୍କୁ ଭଲ ସେବା ଯୋଗାଇ ପାରିବ ବୋଲି କମିଶନର କହିଛନ୍ତି । ଗୋଟିଏ ପଟେ ମହାମାରୀ ଓ ଅନ୍ୟପଟେ ବର୍ଦ୍ଧିତ ତୈଳ ଦର କାରଣରୁ କଟକ ରେଳଷ୍ଟେସନରେ ଚାଲିଥିବା ପ୍ରିପେଡ ଅଟୋ ସଂଘ ୨ ବର୍ଷ ହେବ ବନ୍ଦ ରହିଥିଲା । ତେବେ ଏହି ସେବା ଶନିବାରଠୁ ଆରମ୍ଭ ହୋଇଛି ।

Leave a Reply

Your email address will not be published.