ଖଇରା ବଜାରର ପ୍ରଥମ ମିଠା ବ୍ୟବସାୟୀଙ୍କ ଦେହାନ୍ତ

ବାଲେଶ୍ଵର, (ନାଗରାଜ ନ୍ୟୁଜ ): ବାଲେଶ୍ଵର-ଭଦ୍ରକ ସୀମାନ୍ତରେ ଖଇରା ବ୍ଲକ ଅବସ୍ଥିତ । ଏହି ଖଇରା ବଜାର ବହୁ ପୁରାତନ ବଜାର ଅଟେ । ଯେତେବେଳେ ଏହି ବଜାରରେ କୌଣସି ଦୋକାନ ନଥିଲା ସେହି ସମୟରେ ପ୍ରଥମେ ଆରମ୍ଭ କରିଥିଲେ ମିଠା ଦୋକାନ ରବୀନ୍ଦ୍ର କୁମାର ନାୟକ, ଯାହାଙ୍କର ଗତକାଲି ଅପରାହ୍ନ ପ୍ରାୟ ଘ୪.୩୦ମି.ରେ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । କେବଳ ମିଠା ବ୍ୟବସାୟ ନୁହେଁ ଖଇରା ଅଞ୍ଚଳର ବହୁ ଲୋକଙ୍କର ବହୁବିଧ ସମସ୍ୟା ସମାଧାନ କରିବା ଦିଗରେ ସୁନାମ ମଧ୍ୟ ଅର୍ଜନ କରିଥିବା ଅଞ୍ଚଳବାସୀଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି । ସେ ଜଣେ ସରଳ ପରୋପକାରୀ ଓ ସମାଜସେବୀ ଥିଲେ ।

ତାଙ୍କ ମୃତ୍ୟୁ ଖବରପାଇ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସମାଜସେବୀ ଓ ଅଞ୍ଚଳବାସୀ ଖଇରା ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ସମୟରେ ତାଙ୍କର ପୁଅବୋହୂ, ନାତିନାତୁଣୀ, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବମାନେ ତାଙ୍କୁ ଶେଷ ଦର୍ଶନ କରି ଖଇରା ଅଞ୍ଚଳ ଜଣେ ଉଜ୍ଜ୍ୱଳ ପ୍ରତିଭାକୁ ହରାଇଲା ବୋଲି କହି ଦୁଃଖ ପ୍ରକାଶ କରିଥିଲେ । ସମ୍ପୃକ୍ତ ଅଞ୍ଚଳବାସୀଙ୍କ ତରଫରୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଯାଇଛି ।

Leave a Reply

Your email address will not be published.