ପୁରୀରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗୀତା

ପୁରୀ, (ନାଗରାଜ ନ୍ୟୁଜ ): ପୁରୀରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗୀତା । ଯାହା ଜିଲ୍ଲା ପ୍ରଶାସନ ଜିଲ୍ଲା କ୍ରୀଡା ସଂସଦ ଓଡ଼ିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଜାଗା ଆଖଡ଼ାର ମିଳିତ ଆନୁକୂଲ୍ୟରେ ନୀଳାଦ୍ରୀ ବିଚରେ ଉଦଘାଟିତ ହୋଇଯାଇଛି । ଏହି କୁସ୍ତି ପ୍ରତିଯୋଗୀତାରେ୧୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୬୦ଜଣ ମହିଳା ପ୍ରତିଯୋଗୀ ଭାଗ ନେଇ ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲାପାଳ ସମର୍ଥ ବର୍ମା, ପୌର ସଂସ୍ଥା ଅଧିକାରୀ, ସରୋଜ କୁମାର ସ୍ୱାଇଁ, ଜିଲ୍ଲା କ୍ରୀଡା ଅଧିକାରୀ, ରାଜ୍ୟ କୁସ୍ତି ସଂଘ ସଭାପତି ଚନ୍ଦନ କୁମାର ସାହୁ, ହରିହର ପଟ୍ଟନାୟକ, ସଭାପତି ରାମଚନ୍ଦ୍ର ପାଢ଼ୀ, ସମ୍ପାଦକ କିଶୋର ଚନ୍ଦ୍ର ବେହେରା ଓ କ୍ରୀଡା ସଂସଦ ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ଆଜି ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ । ପ୍ରତ୍ୟେକ ବିଭାଗର ବିଜେତାଙ୍କୁ ୫ ହଜାର ଓ ଉପ ବିଜେତାଙ୍କୁ ୩ ହଜାର ଟଙ୍କା ପୁରସ୍କାର ରାଶି ସହ ସ୍ପୋର୍ଟ କୀଟ ପ୍ରଦାନ କରାଯିବ ।

Leave a Reply

Your email address will not be published.