ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ବ୍ୟକ୍ତିଙ୍କ ଶବ ଦାହ କଟକଣା ହଟାଇଲା ଜିଲ୍ଲା ପ୍ରଶାସନ

ପୁରୀ,(ନାଗରାଜ ନ୍ୟୁଜ):  ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରୁ ମୃତ ବ୍ୟକ୍ତିଙ୍କ ଶବ ଦାହ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ । ତେବେ ସ୍ଵର୍ଗ ଦ୍ୱାର ଆସୁଥିବା ମୃତ ବ୍ୟକ୍ତିଙ୍କ ପରିଜନମାନେ କୋଭିଡ ଗାଇଡଲାଇନ ପାଳନ କରିବାକୁ ପୁରୀ ଜିଲାପାଳ ସମର୍ଥ ବର୍ମା ସମସ୍ତଙ୍କୁ ଅପିଲ କରିଛନ୍ତି । ସେହିପରି କେବଳ କୋଭିଡରେ ମୃତ୍ୟୁ ବରଣ କରିନଥିବା ମୃତ ବ୍ୟକ୍ତିଙ୍କ ଶବ ଆଣିବାକୁ ଜିଲାପାଳ କହିଛନ୍ତି । କୋଭିଡରେ ମୃତ୍ୟୁ ବରଣ କରିନଥିବା ନେଇ ଆବଶ୍ୟକ ପ୍ରମାଣପତ୍ର ସାଙ୍ଗରେ ଆଣି ସ୍ଵର୍ଗ ଦ୍ୱାର ଆସିବାକୁ ଜିଲାପାଳ କହିଛନ୍ତି ।

ତେବେ ନୂଆ sop ଅନୁଯାୟୀ ମୃତ ବ୍ୟକ୍ତି ଅନ୍ତିମ ସଂସ୍କାର ପାଇଁ କେବଳ ୧୦ ଜଣ ଉପସ୍ଥିତ ରହିବାକୁ ଅନୁମତି ରହିଛି । ସେହିପରି କୋଭିଡ ଗାଇଡଲାଇନ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published.