ଗ୍ୟାସ ସିଲିଣ୍ଡରରେ ନିଆଁଲାଗି ପୋଡ଼ିଗଲା ଆସବପତ୍ର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ବଲାଙ୍ଗୀର ସହର ମାଳପଡା ରାମମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ପରିବାର । ଭଡା ଘରେ ରହୁଥିବା କଳିଙ୍ଗ କେଶରୀ ସାହୁଙ୍କ କିଚେନ ଘରେ ଆଜି ନିଆଁ ଲାଗିଯାଇଥିଲା । ତାଙ୍କ ସ୍ତ୍ରୀ ନୂଆ ସିଲିଣ୍ଡର ଗ୍ୟାସ କନେକ୍ସନ କରିବା ପରେ ଲାଇଟର ମାରିଥିଲେ । ସିଲିଣ୍ଡରରୁ ଗ୍ୟାସ ଲିକ ହେଉଥିବାରୁ ହଠାତ ନିଆଁ ଲାଗିଯାଇଥିଲା । ଯାହା ଫଳରେ ପୂରା ପରିବାର ଘର ବାହାରକୁ ଚାଲିଆସିଥିଲେ । ପାଖ ପଡୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବଲାଙ୍ଗୀର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଚିଂ ନିଆଁକୁ ଆୟତ୍ତ କରିଥିଲେ । ଏଭଳି ଏକ ଅଗ୍ନିକାଣ୍ଡକୁ ନେଇ ଭୟଭୀତ ପୂରା ପରିବାର । ନୂଆ ସିଲିଣ୍ଡର ଗ୍ୟାସରେ କିଛି ଅସୁବାଧା ଥିବାରୁ ଏପରି ହୋଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ।

Leave a Reply

Your email address will not be published.