ଡ୍ରାଇଭର ମହାସଂଘ ରାଜ୍ୟ ସଭାପତିଙ୍କ ନବୀନ ନିବାସ ଅଭିମୁଖେ ପଦଯାତ୍ରା

ଆଠମଲ୍ଲିକ, (ନାଗରାଜ ନ୍ୟୁଜ): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଜଗନ୍ନାଥ ମନ୍ଦିରରେ ଦୀପ ଦାନ କରିଛନ୍ତି ଠାକୁରଗଡ଼ ଡ୍ରାଇଭରମାନେ । ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟାକୁ ପୂରଣ ନିମନ୍ତେ ଓଡିଶା ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ମା’ ସମଲେଶ୍ୱରୀ ଦର୍ଶନ କରି ନବୀନ ନିବାସ ଅଭିମୁଖେ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରାକୁ ସ୍ୱାଗତ ଜଣାଇ ଆଠମଲ୍ଲିକ ଅଞ୍ଚଳର ଡ୍ରାଇଭର ସଂଘ ଠାକୁରଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ଦୀପଜାଳି ରାଜ୍ୟ ସଭାପତିଙ୍କ ସଂଗ୍ରାମକୁ ସଫଳ କରିବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.