ପୁରୀରେ ସେଣ୍ଟର ଫର୍ ଆକ୍ସନ ତରଫରୁ ଉତ୍ସବ ଆୟାଜିତ

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀରେ ସେଣ୍ଟର ଫର୍ ଆକ୍ସନ ତରଫରୁ ସିଧ ମହାବୀର ନିକଟରେ ଥିବା ଗୀତା ବୃଦ୍ଧା ଆଶ୍ରମ ପୁରୀରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ପାଖାପାଖି ଥିବା ଛୋଟ ପିଲା ଏବଂ ସେମାନଙ୍କ ପରିବାରକୁ ନେଇ ଏକ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ ପିଲାମାନଙ୍କୁ ଚକଲେଟ ଓ ସ୍ୱାଦିଷ୍ଟ ବେଞ୍ଜନ ପ୍ରସ୍ତୁତ କରାଯାଇଥିଲା । ନୂତନ ବର୍ଷର ଶୁଭ କାମନାଜଣାଇ ସମସ୍ତେ ଖୁସି ମନାଇଥିଲେ । ଏହି କାର୍ୟ୍ୟକ୍ରମକୁ ସ୍ଥାନୀୟ ଲୋକେ ଭୁରି ଭୁରି ପ୍ରଶଂସା କରଥିଲେ ।

Leave a Reply

Your email address will not be published.