୨୦୨୨ ବିଧାନସଭା ନିର୍ବାଚନ, ଫିରୋଜାବାଦରେ ରାଲି କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୨୦୨୨ ମସିହାରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡ଼ିକରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ସାମିଲ ରହିଛି । ଉତ୍ତରପ୍ରଦେଶରେ ୪୦୩ ବିଧାନସଭା ନିର୍ବାଚନ ମଣ୍ଡଳିରେ ନିର୍ବାଚନ ହେବ। ରାଜନୈତିକ ଦୃଷ୍ଟିକୋଣରୁ ଏହି ରାଜ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶକୁ ଗସ୍ତ କରିଥିବା ବେଳେ ଫିରୋଜାବାଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ରାଲିକୁ ସମ୍ବୋଧିତ କରିବେ ।

କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ରାଲିକୁ ସମ୍ବୋଧିତ କରିବେ । ଏହି ଅଞ୍ଚଳରେ ସମାଜବାଦୀ ପାର୍ଟିର ସ୍ଥିତି ମଜବୁତ୍‌ । ବାରାଣସୀ ଓ ଗୋରଖପୁରରେ ନିଜର ରାଲିକୁ ସଫଳ କରିବା ପରେ କଂଗ୍ରେସ ନେତ୍ରୀ ସମାଜବାଦୀ ପାର୍ଟିର ଗଡ଼ କୁହାଯାଉଥିବା ଫିରୋଜାବାଦ୍‌ରେ ରାଲି କରିବାକୁ ପ୍ରସ୍ତୁତ ହେଉଛି ।

Leave a Reply

Your email address will not be published.