ଇଣ୍ଡିଆ ଲାୟରସ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୧ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ

ଚୌଦ୍ଵାର,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ଟାଙ୍ଗୀ ଡ୍ରିମ୍ସ୍ ଷ୍ଟାଡିୟମରେ ୨୪ତମ ଅଲ୍ ଇଣ୍ଡିଆ ଲାୟରସ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୧ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ୨୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଆଜି ଶେଷ ହୋଇଛି । ଫାଇନାଲ ମ୍ୟାଚ୍ ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନ୍ ଏବଂ ମାଡ୍ରାସ ହାଇକୋର୍ଟ ବାର୍ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨ଟି ୱିକେଟ ହରାଇ ୧୯୫ ରନ ସଂଗ୍ରହ କରିଥିବା ବେଳେ ମାଡ୍ରାସ ୧୯ ଓଭରରେ ୧୭୦ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇଥିଲା । ଫଳରେ ୨୫ରନ ବ୍ୟବଧାନରେ ଦିଲ୍ଲୀ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଏହି ଉଦଯାପନୀ ଉତ୍ସବରେ ଡ୍ରିମ୍ସର ପ୍ରତିଷ୍ଠାତା ପ୍ରମୋଦ ଚନ୍ଦ୍ର ରଥଙ୍କ ସମେତ ହାଇକୋର୍ଟର ପ୍ରମୁଖ ଲୟରମାନେ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିବା ସହିତ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published.