କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଉତେଜନା, ଟିକେଟ ନ ମିଳିବାରୁ ପାଚେରୀ ଡେଇଁଲେ ପର୍ଯ୍ୟଟକ

ପୁରୀ, (ନାଗରାଜ ନ୍ୟୁଜ): କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଉତେଜନା । ଟିକେଟ ନ ମିଳିବାରୁ ପାଚେରୀ ଡେଇଁ ପର୍ଯ୍ୟଟକମାନେ କୋଣାର୍କ ମନ୍ଦିରରେ ପଶିଯାଇଛନ୍ତି । ଏଭଳି ସ୍ଥିତି ଉପୁଜିଥିଲାଯେ, ଲୋକଙ୍କୁ ସୁରକ୍ଷା କର୍ମୀ ଅଟକାଇ ପାରି ନଥିଲେ । ନୂଆ ବର୍ଷରେ କୋଣାର୍କ ମନ୍ଦିରରେ ପ୍ରବେଶ କଟକଣା ଥିବାବେଳେ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ଆଜି ପ୍ରାୟ ୨୦ ହଜାରରୁ ଅଧିକ ପର୍ୟ୍ୟଟକ କୋଣାର୍କରେ ପହଞ୍ଚିଛନ୍ତି । ଏତେ ପର୍ଯ୍ୟଟକଙ୍କୁ ଟିକେଟ ଯୋଗାଇ ନପାରିବାରୁ ଅଧାରୁ କାଉଣ୍ଟର ବନ୍ଦ କରିଦିଆଯାଇଥିଲା । ଫଳରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ମଧ୍ୟ ପାଚେରି ଓ ଫାଟକ ଡେଇଁ ପର୍ଯ୍ୟଟକ ଭିତରକୁ ପଶୁଥିବା ଦେଖୁବାକୁ ମିଳିଛି । ହେଲେ ଏହାକୁ ନିୟନ୍ତ୍ରଣ କରିବାରେ ଏଏସଆଇ ଓ ସ୍ଥାନୀୟ ପ୍ରଶାସନ ଫେଲ ମାରିଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିରରେ ହଜାର ହଜାର ଲୋକଙ୍କ ଗହଳି କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି କରିଛି ।

Leave a Reply

Your email address will not be published.