ନିୟମ ବନାମ ଆବେଗ, କୋକୋକୁ ନେବା ପାଇଁ ଅଡ଼ି ବସିଛନ୍ତି ବନ ବିଭାଗ

କଟକ, (ନାଗରାଜ ନ୍ୟୁଜ): ନିୟମ ବନାମ ଆବେଗ । ଭାବାବେଗକୁ ଖାତିର କଲାନାହିଁ ବନ ବିଭାଗ । କୋକୋକୁ ନେବା ପାଇଁ ଘରେ ପହଞ୍ଚି ଦେଖାଇଲା ନିୟମ କାନୁନ । କଟକର ବହୁ ଚର୍ଚ୍ଚିତ ଶୁଆ କୋକୋକୁ ନେବା ପାଇଁ ହଠାତ୍ ସ୍ପେଶାଲ ସର୍ଚ୍ଚ ୱାରାଣ୍ଟ ନେଇ ଘରେ ପହଞ୍ଚିଗଲା କଟକ ବନ ବିଭାଗ । ଦେଶୀ ପକ୍ଷୀ ରଖିବା ଓ ଏହାକୁ ବିକ୍ରୀ କରିବା ଅଭିଯୋଗରେ କୋକୋକୁ ନେବା ପାଇଁ ଜିଦରେ ଅଡି ବସିଛି ବନ ବିଭାଗ । ହେଲେ ତୁଳସୀପୁର ସ୍ଥିତ ମଧୁସୂଦନ ନଗର ନିବାସୀ ପ୍ରଫେସର ସସ୍ମିତା ବେହେରା ଏହାକୁ ଛୋଟ ବେଳୁ ଉଦ୍ଧାର କରି ନିଜ ଘରେ ସନ୍ତାନ ଭଳି ରଖିଥିଲେ । ଘର ସଦସ୍ୟ ପରି ତାକୁ ସ୍ନେହ ଓ ପ୍ରେମ କରୁଥିଲେ। ଗତ ଏକ ବର୍ଷ ଧରି ରଖିଥିବା ଶୁଆ କୋକୋ ଗତ ୫ ତାରିଖରୁ ନିଖୋଜ ହୋଇଯାଇଥିଲା। ଏ ନେଇ ସେ ବିଭିନ୍ନ ମାଧ୍ୟମରେ ବିଜ୍ଞାପନ ଦେଇଥିଲେ। ତେବେ ଗତକାଲି କୁଆଖାଇ ନଦୀ କେଶୁରା ନିକଟ ପୁରୁଣି ମାଁ ମନ୍ଦିର ନିକଟରୁ ଜଣେ ବ୍ୟକ୍ତି କୋକୋ କୁ ଉଦ୍ଧାର କରି ସଂପୃକ୍ତ ମାଲିକାଣୀଙ୍କୁ ହସ୍ତାନ୍ତର କରିଥିଲେ। ବନ ବିଭାଗର ହଠାତ ଚଢାଉ ଓ ଏହାକୁ ଉଦ୍ଧାର କରିବା ତା ଜିଦ୍ ଆଗରେ କାନ୍ଦି ବୋବାଉଛନ୍ତି ମାଲିକାଣୀ ସସ୍ମିତା । ତେବେ ଏବେ କୋକୋର ନୂଆ ଠିକଣା ହେଉଛି ନଦନକାନନ ।

ସେପଟେ କୌଣସି ଦେଶୀ ପକ୍ଷୀଙ୍କୁ ଘରେ ବନ୍ଦୀ କରି ରଖିବାର ଅଧିକାର ନାହିଁ ବୋଲି ନିୟମ ରହିଛି । ହେଲେ ଏହାକୁ ନେଇ ଉଠିଲାଣି ଏବେ ଅନେକ ପ୍ରଶ୍ନ । ଏବେ ଅନେକ ଲୋକଙ୍କ ଘରେ ଘରେ ଥିବା ଦେଶୀ ପକ୍ଷୀଙ୍କୁ କାହିଁକି ଉଦ୍ଧାର କରୁନି ବନ ବିଭାଗ । କାହିଁକି ଏଥିପାଇଁ ଜାରି କରାଯାଉ ନାହିଁ କୌଣସି ସ୍ୱତନ୍ତ୍ର ଗାଇଡଲାଇନ। କାହିଁକି କରାଯାଉ ନାହିଁ ଏଥିପାଇଁ ସଚେତନ। ସସ୍ମିତାଙ୍କ ଘରେ ଯେତେ ସୁରକ୍ଷିତ ଥିଲା କୋକୋ, କଣ ବନ ବିଭାଗ ତାକୁ ସେତିକି ସୁରକ୍ଷିତ ରଖି ପାରିବ । ଅନ୍ୟପଟେ ବନ ବିଭାଗ ନିୟମ ଅନୁଯାୟୀ ଉକ୍ତ ଶୁଆର ପ୍ରଥମେ ଚିକିତ୍ସା କରାଯିବ ଓ ପରେ ତାକୁ ସୁରକ୍ଷିତ ନନ୍ଦନକାନନରେ ଛଡାଯିବ । ପ୍ରଫେସର ସସ୍ମିତା ଚାହିଁଲେ କୋକୋର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା କରିବା ସହ ତାକୁ ଯାଇ ଦେଖି ପାରିବେ ମାଲିକାଣୀ ।

Leave a Reply

Your email address will not be published.