ପ୍ରଧାନମନ୍ତ୍ରୀ ଆବାସ ସଂଯୋଗ ତାଲିକାରେ ଅନିୟମିତତା ପ୍ରତିବାଦରେ ଖପ୍ରାଖୋଲ ବ୍ଲକ ସମ୍ମୁଖରେ ଧାରଣା

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସଂଯୋଗ ତାଲିକାରେ ଅନିୟମିତତା ପ୍ରତିବାଦ ରେ ଓଡ଼ିଆପାଲି ସମିତି ସଭ୍ୟା ରଞ୍ଜୁଲତା ସାହୁ, ହେମସାଗର ସାହୁଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଧାରଣା ଦିଆଯାଇଥିଲା । ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ସାମାଜିକ ଅର୍ଥନୈତିକ ଜାତିଗତ ଜନଗଣନାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଏହି ପ୍ରାଥମିକତା ତାଲିକାରୁ ଯେଉଁମାନେ ବାଦ ପଡିଛନ୍ତି ସେମାନଙ୍କୁ ସଂଯୋଗ ତାଳିକାରେ ଯୋଗପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଓଡ଼ିଆପାଲି ପଞ୍ଚାୟତର ବିଭିନ୍ନ ଗାଁରେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଗ ହୋଇଥିବା ବେଳେ ଅନେକ ଯୋଗ୍ୟ ପରିବାର ବାଦ ପଡିଥିବା ଅଭିଯୋଗ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସରକାର ଙ୍କ ତରଫରୁ ଦିଆଯାଉଥିବା ମନରେଗା ବାବଦ ମଜୁରୀ ଟଙ୍କା ମାସ ମାସ ଧରି ମିଳୁନଥିବା ଅଭିଯୋଗ କରିଥିଲେ । କିଛି ସମୟ ଧାରଣା ଦେଲାପରେ ବିଡ଼ିଓ ରଶ୍ମିରଞ୍ଜନ ରାଉତ ପହଞ୍ଚି ବୁଝା ସୁଝା କରିବା ସହ ଅନିୟମିତତାର ତଦନ୍ତ ଏକ ପାଞ୍ଚ ଜଣିଆ ଦଳ କରିବେ ବୋଲି ପ୍ରତିଶ୍ରୁତି ଦେଲାପରେ ଧାରଣା ଅପସରିଥିଲା । ଧାରଣା ରେ ଓଡ଼ିଆପାଲି ପଞ୍ଚାୟତର ପଚାସ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ସାମିଲ ଥିଲେ ।

Leave a Reply

Your email address will not be published.