ବନବିଭାଗର ଅବହେଳା ହେତୁ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଧନିଆନାଳି ଜଙ୍ଗଲ ମଧ୍ୟରେ ଏକ ୧୨ ବର୍ଷର ଦନ୍ତା ହାତୀର ମୃତ୍ୟୁ ଘଟିଛି । ତେବେ ବନବିଭାଗର ଅସାବଧାନତା ଯୋଗୁ ଅସୁସ୍ଥ ଥିବା ହାତୀର ମୃତ୍ୟୁ ହୋଇଥିବାର କୁହାଯାଉଛି । ତେବେ ଉକ୍ତ ହାତିର ଅସୁସ୍ଥ ହେବାର ଖବର ବନ ବିଭାଗ ଦୀର୍ଘ ଦିନ ହେବ ଜାଣିଥିଲେ ବି ଚିକିତ୍ସା କରିବାରେ ଅବହେଳା ହେତୁ ହାତୀର ମୃତ ଘଟିଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ହାତୀର ଚିକିତ୍ସା ନିମନ୍ତେ ସାତକୋଶିଆରୁ ଏକ ବିଶେଷଜ୍ଞ ଦଳ ଆସି ହାତୀର ଚିକିତ୍ସା ଜାରି ରଖିଥିଲେ ।

ଜଙ୍ଗଲ ମଧ୍ୟରେ ପ୍ରତିଦିନ ଉକ୍ତ ହାତୀର ଚିକିତ୍ସା ନିୟମିତ ଭାବରେ ଚାଲିଛି । ହାତୀ ଧୀରେ ଧୀରେ ସୁସ୍ଥ ହେଉଥିବା ବନବିଭାଗ ଅଧିକାରୀମାନେ କହିଥିଲେ । ହେଲେ ଏବେ ହାତୀର ମୃତ୍ୟୁ ପରେ ବନବିଭାଗ ଅଧିକାରୀ ଗଣମାଧ୍ୟମ ଆଗରେ ଏହି ସମ୍ପର୍କରେ ପାଟି ଖୋଲିବାକୁ ନାରାଜ । ତେବେ ଯଦି ହାତୀର ଚିକିତ୍ସା ଠିକ ଭାବରେ ଚାଲୁଥିଲା ତେବେ ହାତୀର ମୃତ୍ୟୁ ପଛର କାରଣ କଣ? ତେବେ ଘଟଣା ସ୍ଥଳରେ ବନବିଭାଗର ସ୍କ୍ୱାର୍ଡ ଦଳ ମୃତ ହାତୀକୁ ଜଗି ରହିଥିବା କଥା ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ବେହେରା କହିଛନ୍ତି ।

Leave a Reply

Your email address will not be published.