ନୂଆବର୍ଷରେ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ନୂଆ ବର୍ଷରେ ବନ୍ଦ ରହିବ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏସଓପି ଅନୁଯାୟି ଚଳିତ ମାସ ୩୧ ତାରିଖ ଏବଂ ଜାନୁଆରି ୧ ତାରିଖ ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ । ଏହି ଦୁଇ ଦିନରେ ପ୍ରବଳ ଜନସମାଗମ ହୋଇପାରେ, କୋଭିଡ ସଂମ୍ପ୍ରସାରଣ ବୃଦ୍ଧି ପାଇବା ଆଶଙ୍କାରେ ଏହି ନିଷ୍ପତି ନିଆଯାଇଛି । ସେହିପରି ନୂତନ ଏସଓପି ଅନୁଯାୟି ଏବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସାଧାରଣ ଦର୍ଶନ ପାଇଁ ମଧ୍ୟ ବନ୍ଦ ରହିବ । ସଂଶୋଧିତ ଏସଓପି ଡିସେମ୍ବର ୧୬ ଅର୍ଥାତ୍ ଆଜିଠାରୁ ଲାଗୁ ହେବ । ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ଥିବାବେଳେ ଭକ୍ତମାନଙ୍କୁ ସକାଳ ୫:୩୦ ରୁ ରାତି ୯:୩୦ ପର୍ୟ୍ୟନ୍ତ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ବନକ ଲାଗି ଏବଂ ପଇତା ଲାଗି ପରି ସ୍ୱତନ୍ତ୍ର ରୀତିନୀତି ପ୍ରଦର୍ଶନ ପାଇଁ ଜୟା ବିଜୟା ଦ୍ୱାର ଏବଂ ବେହେରାନା ଦ୍ୱାର ବନ୍ଦ ରହିଛି । ନୂତନ ଏସଓପି ଅନୁଯାୟି ମନ୍ଦିର ପରିଷରରେ ଭକ୍ତଙ୍କ ପ୍ରବେଶ ଏବଂ ଆନନ୍ଦ ବଜାର ପରିଦର୍ଶନ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ।

Leave a Reply

Your email address will not be published.