ଯବାନଙ୍କ ଦ୍ୱାରା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

ବଲାଙ୍ଗୀର,(ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲାର ଆଇନ ଶୃଙ୍ଖଳା ରକ୍ଷା ତଥା ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୧୮୯ବେଟାଲିୟନ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅସାମାଜିକ କାର୍ଯ୍ୟକଳାପ ବିରୁଦ୍ଧରେ ଅଭିଯାନ ଚଳାଇବା ସହିତ ପରିବେଶକୁ ସ୍ୱଚ୍ଛ ରଖିବାରେ ମଧ୍ୟ ଅମୂଲ୍ୟ ଅବଦାନ ରହିଛି । ଏହି କାର୍ଯ୍ୟରେ ପବନ କୁମାର ତିୱାରୀ କମାଣ୍ଡୋ ୧୮୯ବେଟାଲିୟନ ନିର୍ଦେଶନା ରେଡି /ଆସିଷ୍ଟାଣ୍ଟ କମାଣ୍ଡୋ ଓମପ୍ରକାଶ ଯାଦବ ଏବଂ ବି ୧୮୯ବେଟାଲିୟନ ଆଶିଷ୍ଟିନ ଲକ୍ଷିଣ୍ଡର ସିଂ ବିଜୟ କୁମାର ପି ଲିମସନ ଏବଂ ଯବାନମାନେ ଯୋଗଦେଇ ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠଠାରେ ଥିବା ମନ୍ଦିର କେମ୍ଫ ପାର୍କ ସ୍ଥାନ ବସଷ୍ଟାଣ୍ଡ ଚତୁଃପାଶ୍ୱର୍ ପରିଷ୍କାର କରିଥିଲେ । ଏହାସହ ସ୍ୱଚ୍ଛତାଡ୍ରାଇବର ଅଭିଯାନର ଆୟଜନ କରିଥିଲେ ।

ଏହି ଅଭିଯାନ ସମୟରେ କମାଣ୍ଡୋ  ଓମପ୍ରକାଶ ଯାଦବ ଜନସାଧାରଣଙ୍କୁ ସମ୍ବୋଦ୍ଧିତ କରି ଆମ ଦେଶକୁ ପରିଷ୍କାର ଏବଂ ସବୁଜ ସୁନ୍ଦର କାରବାକୁ ପଡ଼ିବ ତଥା ଆମ ଆଗାମୀ ପିଢ଼ିକୁ ଏକ ସୁସ୍ଥ ଏବଂ ସୁନ୍ଦର ଭାରତ ଦେବାକୁ ପଡ଼ିବ ବୋଲି କହିଥିଲେ । ଏଥିସହ ସର୍ବସାଧାରଣ ସ୍ଥାନକୁ ପରିଷ୍କାର କରିବା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହି ଅବସରରେ ଗାଁ ନାନ୍ଦୁପଳାର ହରିଶଙ୍କର ମନ୍ଦିର କମିଟି ସଦସ୍ୟ ଏବଂ ଆଖପାଖ ଅଞ୍ଚଳର ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.