ଦୀର୍ଘ ଦିନ ପରେ ଘରକୁ ଫେରିବେ ଅନ୍ନଦାତା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ୧୫ ମାସର ଲଢେ଼ଇର ଅନ୍ତ ହୋଇଛି । ଶେଷରେ ଘରକୁ ଫେରିବେ ଅନ୍ନଦାତା । କେନ୍ଦ୍ର ସରକାରଙ୍କ ୩ କୃଷି ଆିନକୁ ବିରୋଧ କରି ଦୀର୍ଘ ଦିନ ହେଲେ ସେମାନେ ଆନ୍ଦୋଳନ କରୁଥିଲେ । ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ହୋଇଛି । ନିଜ ନିଜ ଘରକୁ ଫେରିବେ ଦେଶର ଅନ୍ନଦାତା । ଦୀର୍ଘ ଏକ ବର୍ଷର ଆନ୍ଦୋଳନ ପରେ ଘରକୁ ପେରିବାକୁ ନିଷ୍ପତି ନେଇଛନ୍ତି କୃଷକ । ଗୁରୁବାର ଦିନ କୃଷକମାନେ ଦିଲ୍ଲୀର ସିଙ୍ଗୁ ସୀମାରେ ଥିବା ପ୍ରତିବାଦ ସ୍ଥାନରୁ ତମ୍ବୁ ହଟାଇବା ଆରମ୍ଭ କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଚାଷୀଙ୍କ ଆନ୍ଦୋଳନକୁ ଶେଷ କରିବା ପାଇଁ ଅନ୍ତିମ ନିଷ୍ପତ୍ତି ସଂଯୁକ୍ତ କିସାନ ମୋର୍ଚ୍ଚା (ଏସକେଏମ) ସୂଚନା ଦେଇଛି। କୃଷକମାନେ ଘୋଷଣା କରିଛନ୍ତି ଯେ ସେମାନେ ଡିସେମ୍ବର ୧୧ ଶନିବାର ଦିନ ନିଜର ଆନ୍ଦୋଳନ ବନ୍ଦ କରିବେ ଏବଂ ନିଜ ଘରକୁ ଫେରିବେ। ।

ସୂତ୍ରରୁ ପ୍ରକାଶ ଯେ କୃଷକ ସଂଗଠନଗୁଡ଼ିକ ଆଜି ସଂନ୍ଧ୍ୟାରେ ବିଜୟ ପ୍ରାର୍ଥନା ଏବଂ ଡିସେମ୍ବର ୧୧ ତାରିଖ ଦିନ ଦିଲ୍ଲୀର ସୀମାନ୍ତରେ ଥିବା ସିଙ୍ଗୁ ଏବଂ ଟିକ୍ରି ବିରୋଧ ସ୍ଥଳରେ ବିଜୟ ମାର୍ଚ୍ଚ ଯୋଜନା କରିଛନ୍ତି । ନଭେମ୍ବର ୧୯ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରି ତିନି କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ନେଇ ସୂଚନା ଦେଇତିଲେ । ଚାଷ ଆଇନକୁ ରଦ୍ଦ କରିବା ପାଇଁ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ନୂତନ ଢଞ୍ଚାରେ କାର୍ଯ୍ୟ କରିବା ପାଇଁ ସରକାର ଏକ କମିଟି ଗଠନ କରିବେ। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସରକାର କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ କରିଛନ୍ତି। ନଭେମ୍ବର ୨୯ ରେ ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ଏହି ବିଲ୍‌କୁ ନିଜର ସମ୍ମତି ଦେଇଛନ୍ତି ଯାହା ତିନୋଟି ଚାଷ ଆଇନକୁ ରଦ୍ଦ କରିବାର ପ୍ରକ୍ରିୟା ସମାପ୍ତ କରିଛି।

 

 

Leave a Reply

Your email address will not be published.