ବୁଣାକାରମାନଙ୍କୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର, (ନାଗରାଜ ନ୍ୟୁଜ  ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ତିଗିରିଆ ନିସ୍ତାରିଣୀ ହରିଜନ ତନ୍ତୁ ବାୟ ସମିତିର ସମ୍ପାଦିକା ମିନତୀ ଦଣ୍ତପାଟଙ୍କ ତତ୍ତ୍ୱାବଧାନରେ ୧୫୦ରୁ ଉର୍ଦ୍ଧ୍ଵ ବୁଣାକାର କାରିଗରମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ ବାଲେଶ୍ୱର କାର୍ଯ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମରେରେ ଭାରତ ସରକାରଙ୍କ ବୁଣାକାର କେନ୍ଦ୍ରର ଜୁନିଅର ଇଂ ସୁକୁମାର ପାଲ, କନିଷ୍ଠ ବୁଣାକାର ସଞ୍ଜୟ ଦାସ, ବାଲେଶ୍ୱର ଟେକଷ୍ଟାଇଲ ଇନ୍ସିପେକ୍ଟର ଅଶୋକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ବିଜୟକୁମାର ଭୂୟାଁ ଓ ଶିକ୍ଷାବିତ ନରେନ୍ଦ୍ର କୁମାର ଦଣ୍ତପାଟ ଯୋଗ ଦେଇଥିଲେ । ରଜନୀରାଣୀ ଦଣ୍ତପାଟ, ଗୀତାଞ୍ଜଳି ଦଣ୍ତପାଟ, ସଞ୍ଜୁଲତା ଆଇଚ, କାମିନୀ ସାହୁ, ରିତିକ ଭୂୟାଁ, ସୁକାନ୍ତୀସିଂ, ବାସନ୍ତି ଆଇଚ, ପ୍ରତିମା ଦାସ, ରଞ୍ଜିତା ହାଜରା, ଜୟନ୍ତି ବର, ସରସ୍ୱତୀ ଦାସ, ଅଜିତ ରାୟ ଓ ଅମୂଲ୍ୟ ଆଇଚ ସମେତ ୧୫୦ଜଣଙ୍କୁ କାରିଗର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସମ୍ପାଦିକା ଶ୍ରୀମତୀ ଦଣ୍ତପାଟ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.