ୟଙ୍ଗ ଷ୍ଟାର କମିଟି ତରଫରୁ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

ମୁରିବାହାଲ, (ଗରାଜ ନ୍ୟୁଜ): ସ୍ୱଚ୍ଛ ଭାରତ ଅଭିଯାନର ଅନ୍ୟ ଏକ ଉଦାହରଣ ପାଲଟିଛନ୍ତି ୟଙ୍ଗ ଷ୍ଟାର କମିଟିର ଯୁବକ ମାନେ । ଆଜି ମୁରିବାହାଲ ବ୍ଲକ ମାଲିସିରା ଗ୍ରାମ ସ୍ଥିତ ବୁଧବାର ବଜାର ଠାରେ ୟଙ୍ଗ ଷ୍ଟାର କମିଟିର ଯୁବକମାନଙ୍କ ଦ୍ଵାରା ଏକ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ଦିନ ଧରି ସଫେଇ ନ ହୋଇ ଜମି ରହିଥିବା ଅଳିଆ ଆବର୍ଜନା ଦ୍ଵାରା ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ଦେଖି ଆଜି ୟଙ୍ଗ ଷ୍ଟାର କମିଟିର ଯୁବକ ମାନେ ସଫେଇ କରିଥିଲେ । ଏଥିରେ କମିଟିର ସଭାପତି ସୁରେଶ ଯାନୀ, ଅନିରୁଦ୍ଧ ବାଗ, ଡମ୍ବରୁ ବାଗ ଓ ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ହୋଇ ସଫେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।

Leave a Reply

Your email address will not be published.