ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ, ୪ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ରାଜଧାନୀ ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଦ୍ୟମ କରିବା ପରେ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣରେ ଅଣାଯାଇପାରିଛି, କିନ୍ତୁ ନିଆଁ ଆୟତ୍ତକୁ ଆସିବା ପୂର୍ବରୁ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯିବ ସହ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସୂଚନା ଦେଇ ଦିଲ୍ଲୀ ପୁଲିସ କହିଛିଯେ, ପୁରୁଣା ସୀମାପୁରୀ ଅଞ୍ଚଳର ତିନି ମହଲା କୋଠାର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଛି ।

Leave a Reply

Your email address will not be published.