ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢିଉଠିଥିବା ଜନଜାଗରଣ ମଞ୍ଚର ମାସିକ ବୈଠକ ସମ୍ପାଦକ ନିରଞ୍ଜନ ବେହେରାଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ମଞ୍ଚ ଜନ ସାଧାରଣଙ୍କ ହିତ ଉଦେଶ୍ୟରେ କାର୍ଯ୍ୟ କରେ ।ପୂର୍ବରୁ ଖଇରା ଅଞ୍ଚଳର ବିଭିନ୍ନ ଦାବୀ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଥିଲା ଯାହାର ସୁଫଳ ଏପର୍ଯ୍ଯନ୍ତ ମିଳିପାରି ନାହିଁ । ସେ ବିଷୟରେ ସବିଶେଷ ଆଲୋଚନା ଏହି ମଞ୍ଚରେ କରାଯାଇଥିଲା । ଏଥିସହିତ କେତେଗୁଡିଏ ନୂତନ ଦାବୀ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା । ମଞ୍ଚରେ ୧୦୦ରୁ ଉର୍ଦ୍ଧ୍ବ ସଦସ୍ୟ/ସଦସ୍ୟା ଅଛନ୍ତି । ପ୍ରକାଶ ଥାଉକି, ଅତୀତରେ ମଞ୍ଚର କର୍ମକର୍ତ୍ତାମାନେ ଅନଶନ ଓ ଆମରଣ ଅନଶନ ମାଧ୍ୟମରେ ସରକାରଙ୍କ ଠାରୁ କେତେକ ଦାବୀ ହାସଲ କରିବାରେ ସକ୍ଷମ ହୋଇଛନ୍ତି ।

ଏଥିରେ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ, ସମ୍ପାଦକ ନିରଞ୍ଜନ ବେହେରା,ସଦସ୍ୟ କୃଷ୍ଣ ଚନ୍ଦ୍ର ପତ୍ରୀ, କୈଳାସ ପୃଷ୍ଟି, ବୁଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଗଗନ ବିହାରୀ ପଣ୍ଡା ଓ ସଦସ୍ୟ ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତେଣୁ ସରକାର ଯଥାଶୀଘ୍ର ମଞ୍ଚର ଦାବୀ ପ୍ରତି ଧ୍ଯାନ ନଦେଲେ ଜନଜାଗରଣ ମଞ୍ଚ ପକ୍ଷରୁ ଆମରଣ ଅନଶନକୁ ଉହ୍ଲାଇବାର ଚେନାବନୀ ଦିଆଯାଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.