ପ୍ରତିଶୃତି ରକ୍ଷା କଲେ ସାଂସଦ

ଭୂବନେଶ୍ବର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆହ୍ୱାନ କ୍ରମେ ରଘୁନାଥପୁର ପଞ୍ଚାୟତକୁ ଆଲୋକିକରଣ କରାଯାଇଛି । ସୂଚନା ଅନୁସାରେ ରଘୁନାଥପୁର ପଞ୍ଚାୟତକୁ ଆଲୋକିକରଣ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ କଥା ଦେଇଥିଲେ । ତେବେ ଆଜି ତାଙ୍କର ପ୍ରତିଶୃତି ରକ୍ଷା କରିଛନ୍ତି ସାଂସଦ ।

ଆଜି ସାଂସଦ ପ୍ରତିନିଧିଙ୍କ ତତ୍ଵାବଧାନରେ ରଘୁନାଥପୁର ପଞ୍ଚାୟତରେ ସୋଲାର ଲାଇଟ ଦ୍ବାରା ସମ୍ପୂଣ୍ଣ ପଞ୍ଚାୟତକୁ ଅଲୋକିକରଣ କରାଯାଇଛି । ସେଥିପାଇଁ ପୂରା ପଞ୍ଚାୟତ ବାସୀ ଆଜି ଅପରାଜିତା ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published.