ଚାରି ଦ୍ୱାରରୁ ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀବାସୀଙ୍କ ଦାବି

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଚାରି ଦ୍ୱାରରୁ ଦର୍ଶନ ଅନୁମତି ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ବି ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇନି । ଏବେ ଚାରିଦ୍ୱାର ବଦଳରେ ସିଂହ ଦ୍ୱାରର ସହ ପଶ୍ଚିମ ଦ୍ୱାରରୁ ଦର୍ଶନ ପାଇଁ ପ୍ରବେଶ ଅନୁମତି ମିଳିଛି । ଅନ୍ୟପଟେ କେବଳ ଉତ୍ତରଦ୍ୱାରରେ ପ୍ରସ୍ଥାନ ଅନୁମତି ନଭେମ୍ବର ୧ରୁ ଏହି ନିୟମ ଲାଗୁ କରାଯାଉଛି । ପ୍ରଶାସନ ପଶ୍ଚିମ ଦ୍ୱାରରୁ ଅନୁମତି ଦେଇ ଦାବିକୁ ଉପହାସ କରୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ପଶ୍ଚିମ ଦ୍ୱାରରୁ ଦର୍ଶନ ପାଇଁ ପ୍ରବେଶ ଅନୁମତି ଦେଲେ ପୁରୀ ସହରବାସୀ ଆହୁରି ଅସୁବିଧାରେ ପଡିବେ । ଦକ୍ଷିଣ ଦ୍ୱାରରେ ରହୁଥିବା ଲୋକେ ସିଂହ ଦ୍ୱାର ମୋବାଇଲ ଷ୍ଟାଣ୍ଡ ଯାଇ ମୋବାଇଲ ଫୋନ ଜୋତା ଆଦି ରଖିବା ପରେ ପୁଣି ପଶ୍ଚିମ ଦ୍ୱାରକୁ ଆସିବେ । ଦର୍ଶନ ସାରିବା ପରେ ପୁଣି ଦକ୍ଷିଣ ଦ୍ୱାରକୁ ଫେରିବାକୁ ପଡିବ । ମହାପ୍ରସାଦ ପାଇଁ ବି ହଇରାଣ ହେବାକୁ ପଡିବ ବୋଲି ପୁରୀବାସୀ କହିଛନ୍ତି ।

Leave a Reply

Your email address will not be published.