ରାଜ୍ୟ ସ୍କାଉଡସ୍ ଏବଂ ଗାଇଡସ୍ ର ପୂର୍ବତନ ରାଜ୍ୟ ସଭାପତିଙ୍କ ବିୟୋଗ

ପୁରୀ, (ନାଗରାଜ ନ୍ୟୁଜ): ଓଡ଼ିଶା ରାଜ୍ୟ ଭାରତ ସ୍କାଉଡସ୍ ଏବଂ ଗାଇଡସ୍ ସଂସ୍ଥାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀହରିଲାଲ ଶର୍ମା ତଥା ପୂର୍ବତନ କମାଣ୍ଡ ଇନ୍ ଚିଫଙ୍କର ଗତକାଲି ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ଏହି ଦୁଃଖଦ ଘଟଣାରେ ଭାରତୀୟ ନାଭି ଏବଂ ସ୍କାଉଡର ସମସ୍ତେ ମର୍ମାହତ ହୋଇଛନ୍ତି । ସେ ଦୀର୍ଘ ବର୍ଷ ଧରି ସ୍କାଉଡ ସହିତ ଯୋଡ଼ିହୋଇ ରହିଥିଲେ । ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟ ଉପସଭାପତି ଏବଂ ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଟି ପ୍ରସାଦ ରାଓ ଦୋରା, ବହୁ ଉଚ୍ଚ ପଦାଧିକାରୀ ଏବଂ ସ୍କାଉଡ୍ ଗାଇଡ୍ ର ଅଧିକାରୀମାନେ ଯୋଗଦାନ କରିବା ସଙ୍ଗେ ସଙ୍ଗେ ରାଜ୍ୟ ମୁଖ୍ୟ କମିଶନର ଡା. କାଳିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ୧୨୦ ବାଟାଲିୟନ ତରଫରୁ ମର୍ଯ୍ୟାଦା ଜନକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ପୁରୀ ସ୍ୱର୍ଗଦ୍ଵାର ଠାରେ ସ୍କାଉଡ୍ ଗାଇଡ୍ ର ଶେଷ ସମ୍ମାନ ପ୍ରଦର୍ଶନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave a Reply

Your email address will not be published.