ଦୀର୍ଘ ଦିନ ପରେ ଖୋଲିଲା ବିଦ୍ୟାଳୟ, ଅଭିଭାବକ ଅସନ୍ତୋଷ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ସରକାର ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଏହାର ଅଲଗା ଚିତ୍ର ଦେଖିବାକୁ ମିଳିଛି । ମହାମାରୀ କରୋନା ହେତୁ ବିଦ୍ୟାଳୟଟି ନିର୍ମାଣ ପରେ ବନ୍ଦ ଥିବା ସମୟରେ କରୋନା ରୋଗୀଙ୍କ ନିମନ୍ତେ ଏହାକୁ କୋଭିଡ କେୟାର ସେଣ୍ଟର କରାଯାଇଥିଲା । ତେବେ ମହାମାରୀର ପରବର୍ତ୍ତିୀ ସମୟରେ ସରକାର ବିଦ୍ୟାଳୟକୁ ଖୋଲିବାକୁ ନିଷ୍ପତି ନେଇଥିବାବେଳେ ଗତ ୧୮ ତାରିଖରେ ସବୁ ଅଭିଭାବକମାନଙ୍କୁ ଏନେଇ ଅବଗତ କରାଯାଇଥିଲା । ହେଲେ ଆଜି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ବିଦ୍ୟାଳୟର ପରିବେଶ ପରିଷ୍କାର ନଥିଲା । କୋଭିଡ କେୟାର ସେଣ୍ଟର ହେବା ସମୟରେ ରୋଗୀ ମାନଙ୍କ ବ୍ୟବହୃତ ସାଲାଇନ ଖୋଳ, ବ୍ୟବହୃତ ତୁଳା, ବ୍ୟାଣ୍ଡାଜ ବିଦ୍ୟାଳୟର ଚତୁଃପାଶ୍ୱରେ ପଡିଥିବାର ଦେଖିବାକୁ ମିଳିଥିଲା । ଏଥିସହ ବିଦ୍ୟାଳୟକୁ ଠିକ ଭାବରେ ସାନିଟାଇଜ କରାଯାଇଥିବାର ଅଭିଭାବକମାନେ ଅଭିଯୋଗ କରିଥିଲେ । ତେବେ ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ବାରମ୍ବାର ପ୍ରଶାସନକୁ ଏନେଇ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର କହିଛନ୍ତି । ଅନ୍ୟପକ୍ଷେ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

Leave a Reply

Your email address will not be published.