ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର

ପୁରୀ, (ନାଗରାଜ ନ୍ୟୁଜ): ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର। କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେବ ବୋଲି ନିଷ୍ପତ୍ତି ନେଇଛି ଛତିଶା ନିଯୋଗ। ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ରେ ରହିଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଛି । ଶ୍ରୀମନ୍ଦିର ସାନିଟାଇଜ ପାଇଁ କେବଳ ପ୍ରତ୍ୟେକ ରବିବାର ଓ ବିଶେଷ ପର୍ବ ପର୍ବାଣୀ ଗୁଡିକରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯିବ । ବାହାରୁ ଆସୁଥିବା ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୋରାଞ୍ଚଳ ବାସିନ୍ଦା ମାନେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବେ । ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ ଡବଲୋ ଡୋଜ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ପୂର୍ବ ପରି ଭୋର ସାଢେ ପାଞ୍ଚଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । କିନ୍ତୁ ଦର୍ଶନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏସ ଓପି ଜାରୀ କରାଯିବ । ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ଛତିଶା ନିଯୋଗ ପ୍ରତିନିଧି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ସାମିଲ ହୋଇଥିଲେ ।

Leave a Reply

Your email address will not be published.