ନକଲି ମଦ ବିକ୍ରି ଅଭିଯୋଗରେ ସରକାରୀ ପ୍ରାପ୍ତ ମଦ ଦୋକାନ ସିଲ କଲା ଅବକାରୀ ବିଭାଗ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଖଇରା ବଜାରରେ ଥିବା ସରକରିପ୍ରାପ୍ତ ବିଦେଶୀ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗରେ ମଦ ଦୋକାନ ସିଲ କରିବା ସହିତ ଦୁଇ କର୍ମଚାରୀଙ୍କୁ ଗିରଫ କଲା କଟକ ୟୁନିଟ ୨ ଅବକାରୀ ବିଭାଗ।ଖଇରାରେ ଥିବା ସରକାରୀ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ନେଇ କଟକ ଅବକାରୀ ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ଗୋଇନ୍ଦା ସୂଚନା ଅନୁଯାଇ କଟକ ଅବକାରୀ ବିଭାଗର କମିଶନର ଆଶିଷ କୁମାର ସିଂଙ୍କ ନିର୍ଦେଶ କ୍ରମେ ଏକ ଟିମ ଗଠନ କରି ମଦ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା।ଏହି ଚଢ଼ାଉରେ ବିପୁଳ ପରିମାଣରେ ନକଲି ମଦ ଜବତ କରି ଦୋକାନ ସିଲ କରିବା ସହିତ ଦୁଇଜଣ କର୍ମଚାରିଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି।ଏହି ଚଢ଼ାଉରେ ଅବକାରୀ ଡିଆଇସି ପ୍ରତାପ କୁମାର ଦାସ,ଆଇଆଇସି ସତ୍ୟଜିତ ଖଟୁଆ,ଖଇରା ଅବକାରୀ ଅଧିକାରିଣୀ କଳ୍ପନା ଜେନାଙ୍କ ସମେତ ଅବକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.