କମଳ ବରିହାଙ୍କୁ ସହାୟତା ନିମନ୍ତେ ଗ୍ରାମବାସୀଙ୍କ ନିବେଦନ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଳି ଗାଁର କମଳ ବରିହା । ତାଙ୍କର ଦୁଃଖ କଥା କହିଲେ ନ ସରେ । ମଳ ଦ୍ୱାର ବନ୍ଦ ହୋଇଯାଇଥିବାରୁ ଗତ ୨୦୨୧ ମସିହା ଅକ୍ଟୋବର ୨୧ ତାରିଖ ଦିନ ବୁର୍ଲାରେ ଅପରେସନ କରି ପାଇପର ସାହାଯ୍ୟ ନେଇଥିଲେ । ଏବେବି ତାଙ୍କୁ ପାଇପ ଲାଗି ରହିଥିବା କହିଛନ୍ତି । ଏବଂ ଦୁଇ ନମ୍ବର ଅପରେସନ ଜାନୁଆରୀରେ ହେବାର ଥିଲା । ହେଲେ ଓପିଡି ବନ୍ଦ ଥିବାରୁ ତାଙ୍କ ଅପରେସନ ହୋଇ ପାରିଲି ନାହିଁ । ସେଥିପାଇଁ କମଳ ବରିହାଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।

Leave a Reply

Your email address will not be published.