ଚୋର ସନ୍ଦେହରେ ଜଣକୁ ଅଟକ ରଖି ପୁଲିସର ଜିମା ଦେଲେ ଗ୍ରାମବାସୀ

ଖଇରା,(ନାଗରାଜ ନ୍ୟୁଜ): ବାଳେଶ୍ୱର ଜିଲ୍ଲା ସୋର ବ୍ଲକ ସବିରା ପଞ୍ଚାୟତ ଦାଣ୍ଡପଳସା ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି କରିବାକୁ ଆସିଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ଗ୍ରାମବାସୀ ମାନେ ସୋର ପୁଲିସର ଜିମା ଦେଇଥିବା ଦେଖିବାକୁ ମିଳିଛି।ଏହି ଗ୍ରାମରେ ବିଳମ୍ବିତ ରାତିରେ ଜଣଙ୍କ ବାଡି ପଛ ପଟେ କିଛି ଲୋକ କଥା ହେଉଥିବା ପରିବାର ଲୋକେ ଜାଣିପାରିଥିଲେ. ପରିବାର ଲୋକେ ଗ୍ରାମବାସୀ ଖୋଜାଖୋଜି କରିବା ପରେ ଦୁଇ ଜଣ ଖସିଯାଇଥିବା ବେଳେ ବାସୁଦେବପୁର ମନ୍ଦରୀଗ୍ରାମର ବୃନ୍ଦାବନ ଜେନାକୁ ଧରି ଉତ୍ତମ ମଧ୍ୟମ ଦେଇ ପୁଲିସକୁ ଖବର ଦେଇଥିଲେ. ସୋର ପୁଲିସ ଘଟଣାସ୍ଥଳରେ ପହଂଚିବା ପରେ ଗ୍ରାମବାସୀମାନେ ପୁଲିସର ଜିମା ଦେଇଥିଲେ।ପୁଲିସ ବୃନ୍ଦାବନ କୁ ଥାନାକୁ ଆଣି ଅଟକ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି. ବୃନ୍ଦାବନ ନିକଟରୁ ଏକ ସ୍କୃ ଡ଼ାଇଭର ସମେତ ଚୋରୀରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପୁଲିସ ଜବତ କରିଛି ।

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published.