ଚଞ୍ଚକତା କରି ସରକାରୀ ଜମି ହଡପ ନେଇ ରାଜସ୍ୱ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ତହସିଲଦାରଙ୍କ ଅଧୀନରେ ଗଣ୍ଡିବେଡ ଆର ଆଇଙ୍କ ଜରିଆରେ ଶ୍ୟାମସୁନ୍ଦରପୁର ଗ୍ରାମର ଅଧିବାସୀମାନେ ଦେଲେ ଅଭିଯୋଗ । ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ରାଣ୍ଡଖେଜୁରୀ(ମାଟିଆଳପଦା) ଗ୍ରାମ(ମୌଜା)ର ଇଂ ରାଜେଶ କୁମାର ମହାକୁଡ଼ ଚଞ୍ଚକତା କରି ମୌଜା-ଶ୍ୟାମସୁନ୍ଦରପୁର, ଆବାଦଯୋଗ୍ୟ ଅନାବାଦୀ ଖାତା ନମ୍ବର-୧୮୨, ପ୍ଲଟ ନମ୍ବର- ୪୧୩, ଏରିଆ- ୧୧ଡିସିମିଲକୁ ନିଜ ନାମରେ କରାଇ ନେଇଛନ୍ତି । ଯାହାର ନୂତନ ଖାତା ନମ୍ବର- ୧୮୦/୭୯ ଅଟେ । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ କି ରାଜେଶ ମହାକୁଡଙ୍କ ପିତା ରାମଚନ୍ଦ୍ର ମହାକୁଡ଼ ଜଣେ ପ୍ରଥମ ଶ୍ରେଣୀ ଠିକାଦାର ହୋଇଥିବାରୁ ତାଙ୍କ ପୁତ୍ର କିଭଳି ସରକାରୀ ଜମିକୁ ନିଜ ନାମରେ ପଟ୍ଟା ନେବାରେ ସକ୍ଷମ ହେଲେ, ସେଥିନିମନ୍ତେ ଗ୍ରାମବାସୀ ବାବାଜି ମହାନ୍ତି, ସୁରେଶ ଚନ୍ଦ୍ର ପରିଡା, ଇନ୍ଦୁ ଭୂଷଣ ପ୍ରଧାନ, ମାନସ ରଞ୍ଜନ ରାଉଳ, ଉପେନ୍ଦ୍ର ନାୟକ, ଉଦୟ ନାଥ ରାଉଳ, ଗଙ୍ଗାଧର ନାୟକ, ପ୍ରହ୍ଲାଦ ମହାରଣା, ଉପେନ୍ଦ୍ର ଯେନା ପ୍ରମୁଖ ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଖବରପାଇ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା ଗଣ୍ଡିବେଡ ଆର ଆଇ ଅଫିସରେ ପହଞ୍ଚିଛନ୍ତି ।

Leave a Reply

Your email address will not be published.