ଓମିକ୍ରନ ଭାରିଆଣ୍ଟର ପ୍ରଭାବ ଅଧିକ ଗୁରୁତର ହୋଇ ରହିବ ନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟକୁ ନେଇ ଭୟ ବଢିବାରେ ଲାଗିଛି । ଓଡିଶାରେ ୯୮ ପ୍ରତିଶତ ଓମିକ୍ରନ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଓମିକ୍ରନ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ କହିଛନ୍ତି ଯେ, କୋଭିଡର ଯେତିକି ଭାରିଆଣ୍ଟ ଅଛି, ସେତିକି ଭାରିଆଣ୍ଟରେ ଓମିକ୍ରନ ଅଧିକ ରହିଛି । ଓମିକ୍ରନର ପ୍ରଭାବ ରାଜ୍ୟରେ ରହିଛି । ମାତ୍ର ଏହା ଅଧିକ ଗୁରୁତର ହୋଇ ରହିବ ନାହିଁ । ଓମିକ୍ରନ ଭାରିଆଣ୍ଟରେ ଯେପରି ଅନ୍ୟ ଦେଶ ବା ରାଜ୍ୟରେ ମାମଲା କମୁଛି ସେପରି ଆମ ରାଜ୍ୟରେ କେଶ କମିବ ବୋଲି ଆଶା ରହିଛି । ସେହିପରି ଆମ ରାଜ୍ୟରେ ଏବେ ସ୍ଥିତି ଧୀରେ ଧୀପେ ଭଲ ଆଡକୁ ଆସୁଛି ।  ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧଇରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published.