ମିହିରଙ୍କୁ ଶ୍ରଦ୍ଧାଞ୍ଜଳି

କଟକ, (ନାଗରାଜ ନ୍ୟୁଜ): ବର୍ଷିୟାନ କଳାକାର ମିହିର ଦାସ ଙ୍କୁ ଝୁରୁଛି କଟକ । ଏହି ମହାନ ଅଭିନେତାଙ୍କ ମୃତ୍ୟ କୁ ଆଜି ପୁରିଛି ଏକ ମାସ। ଏପରିକି ଆଜି ହେଉଛି ମିହିର ଙ୍କ ୬୩ ଜନ୍ମ ଜୟନ୍ତୀ । ତେବେ ଏହି ପରିପ୍ରେକ୍ଷୀରେ ମିହିରଙ୍କ ସ୍ମୃତି ଉଦ୍ଧେଶ୍ୟରେ କଟକ କୁମ୍ଭାର ସାହି ରେ ଥିବା ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଂଘ ମିହିର ଙ୍କୁ ଦେଇଛନ୍ତି ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି । ମାଟି ରେ ମିହୀରଙ୍କ ୭ ଫୁଟ ର ପ୍ରତିମୂର୍ତ୍ତି ନିର୍ମାଣ କରି ସିନେ ଜଗତ ଓ ସମସ୍ତ ଫ୍ୟାନ୍ସ ମାନଙ୍କ ପାଇଁ ସମର୍ପିତ କରିଛନ୍ତି ଏହି ପ୍ରତିମୂର୍ତ୍ତି । ତେବେ ଅବକଳ ପରି ପ୍ରତିତ ହେଉଥିବା ଏହି କଳାକୃତି ମିହିର ଦାସଙ୍କ ଉପସ୍ଥିତି କୁ ଜାହିର କରୁଛି। ତେବେ ଆଜିର ଏହି ଶ୍ରଦ୍ଧାଞ୍ଜଳି ଦିବସରେ ସିନେ ଜଗତ ର ବରିଷ୍ଠ କଳାକାର, କଟକ ଡିସିପି ଓ ସାହି ମୁରବି ମାନେ ଉପସ୍ଥିତ ଥିଲେ ।

୨୦୨୨ ମସିହା ଜାନୁଆରୀ ୧୧ । ଓଡିଶା ସିନେ ଜଗତ ପାଇଁ ଥିଲା ଏକ ଅଶୁଭ ଦିନ। ସବୁ ଦିନ ପାଇଁ ଚିର ନିଦ୍ରା ରେ ସୋଇଯାଇଥିଲେ ସମସ୍ତଙ୍କ ପ୍ରିୟ ମିହିର ଦାସ। ଯାହାକୁ ନେଇ ମ୍ରିୟମାଣ ହୋଇ ପଡ଼ିଥିଲା ସମ୍ପୂର୍ଣ୍ଣ କଳା ଜଗତ । ତେବେ ଏହାରି ମଧ୍ୟରେ ମିହିର ଙ୍କ ମୃତ୍ୟ କୁ ପୁରିଛି ଏକ ମାସ । ଦିନ ଜଣା ପଡୁ ନଥିଲେ ବି ମିହିର ଙ୍କ ଓଲିଓଡ଼ ଜଗତ ରେ ଅନୁପସ୍ଥିତି ସମ୍ପୂର୍ଣ୍ଣ ବାରି ହୋଇ ପଡୁଛି । ତେବେ ଏହି ଦୁଃଖ ମଧ୍ୟରେ ଆଜି ହେଉଛି ମିହିର ଙ୍କ ୬୩ ତମ ଜନ୍ମ ଜୟନ୍ତୀ। ତେବେ ଏହି ସ୍ମୃତି କୁ ସର୍ବଦା ଜୀବିତ ରଖିବା ପାଇଁ ଆଗକୁ ବଢ଼ିଛନ୍ତି କଟକ କୁମ୍ଭାର ସାହି ର ଓଡିଶା ଭାସ୍କର୍ଯ୍ୟ ଶିଳ୍ପୀ ସଙ୍ଘ। ମାଟି ରେ ମିହିର ଙ୍କ ୭ ଫୁଟ ପ୍ରତିମୂର୍ତ୍ତି ନିର୍ମାଣ କରି ସିନେ ଜଗତ ଓ କଟକ ବାସୀ ଙ୍କ ପାଇଁ ଦେଇଛନ୍ତି ଏହି ସ୍ୱତନ୍ତ୍ର ଭେଟି। ଯାହାକୁ ନେଇ ଭାବବିହୋଲ ହୋଇଛନ୍ତି କଳାକାର ଓ ମୂର୍ତ୍ତିକାରିଗର ।

ତେବେ ଏହି ମାଟି ର ମୂର୍ତ୍ତି ସତେ ଯେପରି ବାସ୍ତବ ପରି ଲାଗୁଛି । କାରଣ ମିହିର ଙ୍କ ସେହି ହସ ହସ ମୁଁହ ଆଉ ଚଷମା ତାଙ୍କର ଅବସ୍ଥିତି କୁ ସତେଜ କରୁଛି । ତେବେ ଏହି କାରୀଗର କଳାକୃତି କୁ ସାଧୁବଦ ଜଣାଇଛନ୍ତି ଅନେକ ଭେଟରାନ କଳାକାର । ଓଡ଼ିଆ ସିନେ ଜଗତ ପାଇଁ ଭାସ୍କର୍ଯ୍ୟ ଶିଳ୍ପୀ ମାନେ ଯେଉଁ ଉପହାର ଦେଇଛନ୍ତି ତାହା ବେଶ ଉଚ୍ଚକୋଟୀର । ତେବେ ଓଡ଼ିଆ ସିନେ ଜଗତ ର ଯେଉଁ ବରିଷ୍ଠ କଳାକାର ଙ୍କ ଦେହାନ୍ତ ହୋଇଛି ସେମାନଙ୍କ ର ମଧ୍ୟ ଏହି ପରି ପ୍ରତିମୂର୍ତି କରିବା ପାଇଁ ଶିଳ୍ପୀ ମାନଙ୍କ ସହ ଆଲୋଚନା ହୋଇଛି । ଯାହା ସମ୍ପୂର୍ଣ୍ଣ ରୂପେ ଶ୍ରଦ୍ଧାଞ୍ଜଳି ର ପରିସର କୁ ଆହୁରି ବୃଦ୍ଧି କରିବ ।

ଅନ୍ୟପଟେ ମିହୀରଙ୍କ ଅଭିନୀତ ଫିଲ୍ମ ମାଟି ର ବନ୍ଦନ କୁ ନିର୍ମାଣ କୁ ଅନେକ ବର୍ଷ ପୁରିଥିଲା ବେଳେ ଏଯାବତ ଏହି ଫିଲ୍ମ ହୋଇ ପାରୁନି ରିଲିଜ । ଯାହାକୁ ନେଇ ମଧ୍ୟ ସିନେ ଜଗତ ରେ ଏବେବି ଅବସୋସ ରହିଛି । ତେବେ ଆଗମୀ ଦିନରେ ଏହି ଫିଲ୍ମ ନିଶ୍ଚୟ ରିଲିଜ ହେବ ବୋଲି ଆଶା ରଖିଛନ୍ତି ଭେଟରାନ କଳାକାର । ମିହିର ଦାସ ମାଟିରେ ମିଶିଛନ୍ତି ସତ। ହେଲେ ଏହି ମାଟି ର ମୂର୍ତ୍ତି ମିହିର ଙ୍କୁ ସର୍ବଦା ଜୀବନ୍ତ କରି ରଖିବ ।

Leave a Reply

Your email address will not be published.