ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ‘ରାହୁ କାଳ’ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପରେ ଚର୍ଚ୍ଚା କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସର ‘ରାହୁ କାଳ’ ବୋଲି କହିଛନ୍ତି । ରାହୁଲ ଗାନ୍ଧୀ ଥିବା ପର୍ଯ୍ୟନ୍ତ କଂଗ୍ରେସର ଉନ୍ନତି ଅସମ୍ଭବ ବୋଲି ମଧ୍ୟ କହିଛନ୍ତି । ଅର୍ଥମନ୍ତ୍ରୀ ବଜେଟ୍‌ ଉପରେ ଚର୍ଚ୍ଚା କରୁଥିବା ବେଳେ ବିରୋଧୀ କଂଗ୍ରେସ ସଦସ୍ୟ ଅମୃତ କାଳ ଉପରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଏହା ଅମୃତ କାଳ ନୁହେଁ ବରଂ ରାହୁ କାଳ । ଏହାର ଦୃଢ ଜବାବ ଦେବା ସହ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସରେ ଯେପର୍ଯ୍ୟନ୍ତ ରାହୁଲ କାଳ ରହିବ ସେପର୍ଯ୍ୟନ୍ତ ରାହୁ କାଳ ଶେଷ ହେବ ନାହିଁ ।

ନିର୍ମଳା ସୀତାରମଣ କହିଛନ୍ତି, କଂଗ୍ରେସ ପାର୍ଟି ପାଇଁ ନିହାତି ଭାବେ ରାହୁ କାଳ ଚାଲିଛି । କାରଣ ଯେପର୍ଯ୍ୟନ୍ତ କଂଗ୍ରେସ ଦଳରେ ରାହୁଲ କାଳ ଚାଲିବ ସେପର୍ଯ୍ୟନ୍ତ କଂଗ୍ରେସର ଉନ୍ନତି ହୋଇପାରିବ ନାହିଁ । କଂଗ୍ରେସ ଦଳ ଏବଂ ତାହାର ନୀତିକୁ ନେଇ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ।

Leave a Reply

Your email address will not be published.