ଆନ୍ଧ୍ର ପ୍ରଦେଶର ରାଜଧାନୀ ହେବ ବିଶାଖାପଟ୍ଟନମ୍ ! ପ୍ରସ୍ତୁତି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ତେଲୁଗୁ ନୂଆ ବର୍ଷ ପରେ ଆନ୍ଧ୍ରପ୍ରଦେଶର ରାଜଧାନୀକୁ ଅମରାବତୀରୁ ବିଶାଖାପାଟନମ୍ କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ନିଷ୍ପତ୍ତି ନେଇଛନ୍ତି । ସିଏମଓର ସୂତ୍ର ଅନୁଯାୟୀ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ୩ଟି ରାଜଧାନୀ ବଦଳରେ ରାଜ୍ୟର ଏକମାତ୍ର ରାଜଧାନୀ ଭାବେ ବିଶାଖାପାଟନମ୍ ସହରକୁ ଚୟନ କରିବେ । ମୁଖ୍ୟମନ୍ତ୍ରୀ ଏହି ବିଷୟରେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରତିନିଧୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାରୁ ଏହି ସଙ୍କେତ ମିଳିଛିଯେ, ନିକଟ ଭବିଷ୍ୟରେ କୌଣସି ସମୟରେ ମୁଖ୍ୟମନ୍ତ୍ରୀ ବିଶାଖାପାଟନମ୍ କୁ ଆନ୍ଧ୍ରର ରାଜଧାନୀ ଭାବେ ଘୋଷଣା କରିପାରନ୍ତି । ଚଳିତ ବର୍ଷ ଏପ୍ରିଲ୍ ୨ ରେ ପଡୁଥିବା ତେଲୁଗୁ ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିପାରନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଗନ୍ ଏହାର ପର୍ଯ୍ୟାପ୍ତ ସୂଚନା ଦେଇସାରିଛନ୍ତିଯେ, ବିଶାଖାପଟ୍ଟନମ ହେଉଛି ଏକ ମାତ୍ର ସହର ଯାହା ରାଜଧାନୀ ହୋଇ ପାରିବ । ବିଶାଖାପାଟନମ୍ ହିଁ ଆନ୍ଧ୍ରପ୍ରଦେଶର ଏକମାତ୍ର ସହର ଯାହା ହାଇଦ୍ରାବାଦ କିମ୍ବା ଚେନ୍ନାଇ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ । କାରଣ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏହି ସହର ଉପରେ ଅବସ୍ଥିତ । ତେଣୁ ମୁଖ୍ୟମନ୍ତ୍ରୀ ଏହି କାରଣରୁ ବିଶାଖାପାଟନମ୍ କୁ ପ୍ରାଥମିକତା ଦେଇଛନ୍ତି । ଆଗାମୀ ୧୦ ରୁ ୨୦ ବର୍ଷ ମଧ୍ୟରେ ବିଶାଖାପାଟନମ୍ ଏକ ପ୍ରମୁଖ ସହରରେ ପରିଣତ ହେବ ବୋଲି ଜଗନ୍ କହିଛନ୍ତି । କାରଣ ସବୁ ବର୍ଗର ଲୋକେ ଏହି ସହର ଅଭିମୁଖେ ଆସୁଛନ୍ତି ।

Leave a Reply

Your email address will not be published.