ଆଜିଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଆଜିଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼, କେଉଁଝର, ମୟୁରଭଞ୍ଜ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ । ୨୫ ତାରିଖ ବେଳକୁ ବର୍ଷାର ବିସ୍ତାର ବଢ଼ିବ । ଏହି ସମୟରେ ୧ତ୍ତର ଓଡ଼ିଶାର କିଛିକିଛି ସ୍ଥାନରେ ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଏବଂ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ଅନୁଭୁତ ହୋଇପାରେ । ୨୫ ତାରିଖ ବେଳକୁ ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେଉଁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାକୁ ବିଜୁଳି ଘଡଘଡି ହେବା ନେଇ ହଳଦିଆ ଚେତାବନୀ ଜାରି କରାଯାଇଛି । ସେହିଭଳି ୨୬ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ଠାଏ ଠାଏ ବର୍ଷା ଅନୁଭୁତ ହୋଇପାରେ । ୨୭ ତାରିଖ ବେଳକୁ ରାଜ୍ୟରେ ପୁଣି ସ୍ୱାଭାବିକ ପାଗ ଅନୁଭୁତ ହେବ ।

Leave a Reply

Your email address will not be published.