ତିନି ଦିନିଆ ନିଶୁଳ୍କ ଚିକିତ୍ସା ଶିବିର

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ସୁରକ୍ଷା ପ୍ରାକୃତିକ ଚିକିତ୍ସା କେନ୍ଦ୍ର ପୁରୀ ପକ୍ଷରୁ ତିନି ଦିନିଆ ନିଶୁଳ୍କ ଚିକିତ୍ସା ଶିବିର ମାଳତିପାଟପୁର ସ୍ଥିତ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ପରିସରରେ ଅନୁଷ୍ଠିତ ହୋଇଛି ।ଏହି ଶିବିରକୁ ସମାଜସେବୀ ଡ଼ ନାରାୟଣ ପାତ୍ର,ପ୍ରଦ୍ୟୁମ୍ନ ମିଶ୍ର,ଚକ୍ରଧର ମହାପାତ୍ର ପୂର୍ଣ୍ଣ ସହଯୋଗ କରି ପ୍ରଚାର ପ୍ରସାର ରେ ସହଯୋଗ କରିଛନ୍ତି । ଡ଼ ରାଧେଶ୍ୟାମ ରଥ ଙ୍କ ତତ୍ତ୍ଵାବଧାନରେ ୩୦ ଜଣ ଥେରାପିଷ୍ଟ ଅଂଶ ଗ୍ରହଣ କରି ପ୍ରାୟ ୨୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ପ୍ରଦାନ କରିଛନ୍ତି ।

ସୁରକ୍ଷା କେନ୍ଦ୍ର ର ଚିକିତ୍ସକ ସିପ୍ରା ବେହେରା,ଶ୍ରଦ୍ଧାଞ୍ଜଳି ସ୍ବାଇଁ,ବବିତା,ନିର୍ମଳା,ସୋନାଲି,ସସ୍ମିତା, ଅମିତା,ନାରାୟଣ,ଅର୍ଜୁନ, ଶଶାଙ୍କ, ସୋମେଶ,ପ୍ରସନ୍ନ,ଆଲୋକ, ସିର୍ଷାଷ୍ରି, ଅମର,ପୂଜା,ସୁଜାତା,ରିଙ୍କି,ସୋନାଲି, ନନ୍ଦିନୀ,ବର୍ଷା ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ ବୋଲି ଡ଼ ରଥ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.