ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନ

ପୁରୀ, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ କୋଭିଡ କଟକଣା ମାନି ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସବୁ ପ୍ରାର୍ଥୀ ମାନେ ନିଜ ନିଜର ବିଜୟ ନେଇ ଆଶାବାଦୀ ଥିବା କହିଥିବା ବେଳେ କୋଭିଡ ନିୟମ ମାନି ଏଥର ପ୍ରଚାର କରିବେ ବୋଲି କହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ତିନି ପ୍ରମୁଖ ରାଜନୈତିକ ଦଳର ହେଭି ୱେଟ ନେତାଙ୍କ ସହ ପ୍ରାର୍ଥୀ ମାନେ କୋଭିଡ କଟକଣା ମାନି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ୩୩ ରୁ ୩୧ ଜିଲ୍ଲା ପରିଷଦ ଜୋନ୍ ଦାଖଲ କରିଥିବା ବେଳେ ଏଥର ବିଜେଡି ୩୩ ଟି ଜିଲ୍ଲା ପରିଷଦ ଜୋନ୍ ହାତେଇବ ବୋଲି କହିଛି। ତେବେ ଜନସାଧାରଣ ପରିବର୍ତ୍ତନ ଚାହୁଁଥିବରୁ ବିଜେପିକୁ ଲୋକେ ବହୁଳ ମାତ୍ରାରେ ଭୋଟ ଦେଇ ବିଜୟ ମୁକୁଟ ପିନ୍ଧାଇବେ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ। ସେପଟେ କଂଗ୍ରେସ ପ୍ରାର୍ଥୀ କହିଛନ୍ତି ପଂଚାୟତ ସ୍ତରରେ ବିଜେଡି ସରକାର ବ୍ୟାପକ ଦୁର୍ନୀତି କୁ ମୁଖ୍ୟ ମୁଦା କଂଗ୍ରେସ କରିଥିବା ବେଳେ ଲୋକ ଙ୍କ ର ସରକାର ଙ୍କ ପ୍ରତି ଥିବା ଅସନ୍ତୋଷ ହିଁ କଂଗ୍ରେସ କୁ ଜିତାଇବ ।

ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୬ ରେ ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି, ୧୮ ରେ ନିମାପଡା ଓ ଗୋପ, ୨୦ରେ ସତ୍ୟବାଦୀ ଓ ପୁରୀ ସଦର, ୨୨ ରେ ଡେଲାଙ୍ଗ ଓ ପିପିଲି ଏବଂ ୨୪ ରେ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ପାଇଁ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

Leave a Reply

Your email address will not be published.