ଅନ୍ଧାରରେ ତ୍ରିଶୁଳିଆ ଛକ

ବାରଙ୍ଗ, (ନାଗରାଜ ନ୍ୟୁଜ): ଏବେ ବାରଙ୍ଗ ତ୍ରିଶୁଳିଆ ଛକ ଅନ୍ଧାରରେ । କଟକ, ଭୁବନେଶ୍ୱର, ବାଙ୍କୀକୁ ସଂଯୋଗ କରୁଥିବା ମୁଖ୍ୟ ଛକ ହୋଇଥିବାବେଳେ ୧୫ ଦିନ ହେବ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ଏକ ବଡ଼ ଛକ ହୋଇଥିବାରୁ ଶହ ଶହ ଦୋକାନ ବଜାର ରହିଛି । ଦିନକୁ ଶହ ଶହ ଯାନବାହନ ଯାତାୟତ କରୁଛି । ଅନ୍ଧାର ହେବା ଯୋଗୁଁ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି । ଅନ୍ଧାର ଆଡ଼ୁଆଳରେ ଚୋରମାନେ ଏହାର ସୁଯୋଗ ନେଇ ଛକରେ ଥିବା ୪ଟି ଦୋକାନରୁ ଚୋରି ହୋଇସାରିଲାଣି । ଏହି ବିଷୟରେ ବିଦ୍ୟୁତ ବିଭାଗର ଜେଇଙ୍କୁ ପଚାରିବାରୁ ଏହାର ବକେୟା କାରଣ ବିଦ୍ୟୁତ ବିଲ ବୋଲି ସେ କହିଥିଲେ ।

୨୦୧୮ମସିହା ମାର୍ଚ୍ଚ ମାସରୁ ଆର ଆଣ୍ଡ ବିର ଅଧୀନରେ ଏହି ଆଲୋକୀକରଣ କରାଯାଇଥିଲା । ଏବେ ଟାଟା କମ୍ପାନୀ ବିଦ୍ୟୁତ ବିଭାଗକୁ ହାତକୁ ନେବା ଦିନଠାରୁ ଜଣାପଡିଛିଯେ ଏପର୍ଯ୍ୟନ୍ତ ଆନୁମାନିକ ୨ ଲକ୍ଷ ଟଙ୍କା ବାକିଥିବାରୁ ଟାଟା ପାୱାର କମ୍ପାନି ଛକର ହାଇମାକ୍ସ ଲାଇଟକୁ ବିଦ୍ୟୁତ ସଂଯୋଗ କାର୍ଟ କରାଯାଇଛି । ତୁରନ୍ତ ଏହି ଲାଇଟ ବ୍ୟବସ୍ତା କରାଯାଉ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave a Reply

Your email address will not be published.