ଗଡପୋଷ ବନ୍ୟାଞ୍ଚଳ ଦ୍ୱାରା ଗୃହପାଳିତ ପଶୁମାନଙ୍କୁ ଟୀକାକରଣ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସମ୍ବଲପୁର ଜିଲ୍ଲାର ବାମରାରେଞ୍ଜ ଅଧିନସ୍ତ ଗଡ଼ପୋଷ ବନ୍ୟାଞ୍ଚଳ ଓ ଗଡ଼ପୋଷ ପ୍ରାଣୀ ଚିକିତ୍ସାକେନ୍ଦ୍ର ଦ୍ୱାରା ମଝାପଡା ପଞ୍ଚାୟତର କଦଳୀଝରନ୍ ଠାରେ ଗୃହପାଳିତ ପଶୁଙ୍କ ନିମନ୍ତେ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୃହପାଳିତ ପଶୁଙ୍କ ଦ୍ୱାରା ଯେମିତି ବନ୍ୟପ୍ରାଣୀଙ୍କୁ କୈାଣସି ରୋଗ ନ ବ୍ୟାପିବ ସେଥିପାଇଁ ଏହି ଟୀକା କରଣ ଶିବିର କରାଯାଇଥିଲା । ଶିବିରରେ ଡହମୁଣ୍ଡା, କଦଳୀଝରନ, କିଚିଣ୍ଡା, ଜୁରାପାଲୀ ଓ ମଝାପଡା ପ୍ରଭୃତି ଗ୍ରାମର ଗାଈ, ଗୋରୁ, ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁଙ୍କୁ ଟୀକା ଦିଆଯାଇଛି । ଏଥିରେ ଗଡପୋଷ ପ୍ରାଣୀ ଚିକିତ୍ସକ ବିଶେଷଜ୍ଞ ତ୍ରିଲୋଚନ କିଶାନ, ଗଡପୋଷ ବନାଧିକାରୀ ତୁଲାରାମ ବରୀହା ଓ ଫରେଷ୍ଟଗାର୍ଡ ବିବନ ବେହେରା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.