ସୁନା ଅଳଙ୍କାର ଲୁଟିଥିବା ମହିଳା ଲୁଟେରା ଗିରଫ

ଜଗତସିଂହପୁର, (ନାଗରାଜ ନ୍ୟୁଜ): ଲୋକଙ୍କ ଭିଡ ଭିତରୁ ସୁନାଗହଣା ଲୁଟୁଥିବା ଏକ ଲୁଟେରା ଗ୍ୟାଙ୍ଗର ଦୁଇ ମହିଳା ସଦସ୍ୟା ଗିରଫ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ପୋଲିସ ଦ୍ୱାରା ଦୁଇ ମହିଳା ଲୁଟେରା ଗିରଫ।ଗତକାଲି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି,ଝାମୁଯାତ୍ରା ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତପୀଠ ମା’ଶାରଳାଙ୍କ ମନ୍ଦିର ଓ କେରକେରାର ପ୍ରସିଦ୍ଧ ବିଭୁତି କ୍ଷେତ୍ର ପ୍ରଭୁ ଗୋରେଖନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।ଶ୍ରଦ୍ଧାଳୁଙ୍କ ଭିଡଭିତରେ ମହିଳା ଲୁଟେରା ଗ୍ୟାଙ୍ଗର ମହିଳାମାନେ ପାଖାପାଖି ତିନିଶହ ଗ୍ରାମର ସୁନାଗହଣା ଛିନତାଇ କରିଥିଲେ।ଶାରଳା ମନ୍ଦିରରେ ତିନିଜଣ ମହିଳାଙ୍କ ବେକରୁ ସୁନାହାର ଓ ସୁନାଚେନ ଛିଣ୍ଡାଇ ନେଇଥିବା ବେଳେ ପରେ ପରେ ଗୋରେଖନାଥଙ୍କ ପୀଠରେ ଭିଡଭିତରେ ୫ଜଣଙ୍କ ବେକରୁ ସୁନାଗହଣା ଲୁଟ ହୋଇଥିଲା।ଭକ୍ତଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣ ସଦିଗ୍ଧ ମହିଳାଙ୍କୁ ପୋଲିସ ଗିରଫ କରିଛି ।

ଜଗତସିଂହପୁର ଚାଟରା ଦେଭୋଗ ର ସଶ୍ମିତା ପତି ଓ ବାଲିକୁଦା ଥାନା ଆଙ୍କ ଗ୍ରାମର ବିର୍ଷ୍ଣୁପ୍ରିୟା ପରିଡାଙ୍କ ଅଭିଯୋଗକୁ ଆଧାରକରି ତିର୍ତ୍ତୋଲ ପୋଲିସ କେସ୍ ନମ୍ବର ୨୩୪ ଓ ୨୩୫/୨୦୨୨ରେ ଦୁଇଟି ମାମଲା ରୁଜ୍ଜୁ କରି ଦୁଇ ମହିଳାଙ୍କୁ ଗିରଫ କରି ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରିଛି।ଦୁଇ ଗିରଫ ମହିଳା ହେଲେ ୪୫ବର୍ଷୀୟା କବିତା ଦାସ ଓ ୪୦ବର୍ଷୀୟା ଦୁର୍ଗା ଦାସ।ଏମାନଙ୍କ ଘର କଟକ ଜଗତପୁର ଅଞ୍ଚଳରେ ବୋଲି ସୁଚନା ମିଳିଛି।ପୋଲିସ ଦୁଇ ମହିଳାଙ୍କ ପରିଚୟ ଜାଲ ବୋଲି ସନ୍ଦେହ କରୁଛି।ଗତକାଲି ମା’ଶାରଳାଙ୍କ ପୀଠ ଓ ଗୋରେଖନାଥଙ୍କ ପୀଠକୁ ଲୁଟେରା ଗ୍ୟାଙ୍ଗର ପାଞ୍ଚଜଣ ରୁ ଉର୍ଦ୍ଧ ମହିଳା ରଘୁନାଥପୁର ଅଞ୍ଚଳରୁ ଏକ ଅଟୋ ଭଡା କରି ଆସି ଶାରଳା ମନ୍ଦିର ଓ ଗୋରେଖନାଥ ପୀଠରୁ ଭିଡଭିତରେ ମହିଳା ଶ୍ରଦ୍ଧାଳୁଙ୍କ ବେକରୁ ସୁନାଗହଣା ଲୁଟ କରିଥିଲେ।ଦୁଇଜଣ ମହିଳା ଙ୍କୁ ଗୋରେଖନାଥଙ୍କ ପୀଠରୁ ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁ ମାନଙ୍କ ସହାୟତାରେ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଲୁଟେରା ମାନେ ଲୁଟ ସୁନାଗହଣା ନେଇ ଚମ୍ପଟ ମାରିବାରେ ସଫଳ ହୋଇଥିଲେ।ଲୁଟ ସୁନାଗହଣା ର ମୂଲ୍ୟ ପାଖାପାଖି ଦେଢକୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ ପରେ ଅନ୍ୟ ଲୁଟେରାଙ୍କୁ ଖୁବଶୀଘ୍ର ପୋଲିସ ଗିରଫ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।ଏହି ମହିଳା ଗ୍ୟାଙ୍ଗ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମନ୍ଦିର, ମେଳା ମହୋତ୍ସବ ଓ ଭିଡ ସ୍ଥାନରେ ଛିନତାଇ କରିଥାନ୍ତି ବୋଲି ପୋଲିସ ଅନୁମାନ କରୁଛି।

Leave a Reply

Your email address will not be published.