ପ୍ରଚାର ମଇଦାନରେ ଜିଲ୍ଲାପରିଷଦ ପ୍ରାର୍ଥିନୀ ରଶ୍ମିତା ମହାପାତ୍ର

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ୪ ନମ୍ବର ଜୋନର ଜିଲ୍ଲାପରିଷଦ ପ୍ରାର୍ଥିନୀ ରଶ୍ମିତା ମହାପାତ୍ର ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର । ଖଇରା ପଞ୍ଚାୟତ ସ୍ଥିତ ବଣପାରିଆ ଗ୍ରାମରେ ଥିବା ଶ୍ୟାମରାଇ ଜୀଉଙ୍କ ନିକଟରେ ପୂଜାର୍ଚ୍ଚନା କରି ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଆଗେଇ ନେବାରେ ସକ୍ଷମ ହୋଇଛନ୍ତି । ଶ୍ରୀମତୀ ମହାପାତ୍ର ଜଣେ ସଚ୍ଚୋଟ, ସରଳା, ନିରୀହା, ସମାଜସେବୀ, ପରୋପକାରୀ, ଆଧ୍ୟାତ୍ମିକବାଦୀ, ମିଶନ ଶକ୍ତି ଓ ମହିଳା ମଣ୍ଡଳ ସଭାପତି ଭାବରେ ଅଞ୍ଚଳରେ ସୁନାମ ଅଛି । ସମାଜସେବାକୁ ମାଧବର ସେବା ମନେକରି ଅସହାୟମାନଙ୍କୁ ସେବା ପ୍ରଦାନରେ ବହୁ ସୁନାମ ଅର୍ଜନ କରିଛନ୍ତି । ମେଡିକାଲଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଲୋକମାନଙ୍କ ଅସୁବିଧା ବେଳେ ପାଖରେ ପହଞ୍ଚି ଯେଉଁ ସେବା ପ୍ରଦାନ କରନ୍ତି ତାହା ଯୁଗଯୁଗ ପାଇଁ ଅମର ହୋଇ ରହିବ । ଶ୍ରୀମତୀ ମହାପାତ୍ରଙ୍କ ବ୍ୟବହାର, ସେବା ଓ ଉତ୍ତମ ଚିନ୍ତାଧାରାରେ ମୁଖ୍ୟମନ୍ତ୍ରୀ ମୁଗ୍ଧ ହୋଇ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ତରଫରୁ ଜିଲ୍ଲାପରିଷଦ ପଦବୀ ପାଇଁ ମନୋନୀତ ହୋଇଥିବାରୁ ପବିତ୍ର ଶଙ୍ଖ ଚିହ୍ନ ନେଇ ପ୍ରଚାରକୁ ଓହ୍ଲାଇଛନ୍ତି ।

ତାଙ୍କ ସହିତ ଖଇରା ପଞ୍ଚାୟତର ଅନ୍ୟାନ୍ୟ ପଦବୀ ପାଇଁ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପୂଜା ସ୍ଥଳରେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ବିଧାୟକ ତଥା ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୂଜାସ୍ଥଳରେ ଉପସ୍ଥିତ ରହି ନିର୍ବାଚନରେ ଜୟଯୁକ୍ତ ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଆଶୀର୍ବାଦ ଦେଇ ପ୍ରଚାର କ୍ଷେତ୍ରକୁ ପ୍ରେରଣ କରିଛନ୍ତି ।

Leave a Reply

Your email address will not be published.