ପରସ୍ପର ଛାଡ଼ପତ୍ର ନେବେ ଧନୁଷ-ଐଶ୍ୱର୍ଯ୍ୟ, ଜାଣନ୍ତୁ ଧନୁଷଙ୍କ ସମ୍ପତ୍ତି କେତେ

ମୁୁମ୍ବାଇ, (ନାଗରାଜ ନ୍ୟୁଜ): ଅଭିନେତା ଧନୁଷ ରଜନୀକାନ୍ତ ଝିଅ ଐଶ୍ୱର୍ଯ୍ୟାଙ୍କ ଠାରୁ ଅଲଗା ହେବେ । ଏନେଇ ଦୁଇ ଜଣ ସୋସିଆଲ ମିଡିଆରେ ସେୟାର କରିଥିଲେ । ତାଙ୍କ ଛାଡ଼ପତ୍ର ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଦୁହେଁ ଅଲଗା ହେବା ପରେ ଦୁହିଁଙ୍କ ସମ୍ପତ୍ତି କେତେ ଆସନ୍ତୁ ଜାଣିବ ।

ଧନୁଷଙ୍କ କଥା କହିବାକୁ ଗଲେ ସେ ନିଜର ପ୍ରତିଭା ବଳରେ କୋଟି କୋଟି ଟଙ୍କା ମାଲିକ ହେଇାଛନ୍ତି । ୨୦୨୦ରେ ଧନୁଷ ୧୪୫ କୋଟି ଟଙ୍କା ରୋଜଗାର କରିଥିଲେ । ଏକ ରିପୋର୍ଟରେ ଅନୁଯାୟୀ ଗତବର୍ଷ ଧନୁଷଙ୍କ ରୋଜଗାର ୨୦ ମିଲିୟନ୍ ଡଲାର୍ ଅର୍ଥାତ୍ ୧୪୨ କୋଟି ଟଙ୍କା ରହିଥିଲା । ତାଙ୍କର ନେଟୱର୍ଥ ୧୬୦ କୋଟି ଟଙ୍କା । ଗତ ପାଞ୍ଚ ବର୍ଷରେ ତାଙ୍କର ନେଟୱର୍ଥ ୧ରୁ ୨ମିଲିୟନ ରହିଛି । ଧନୁଷଙ୍କ ଲୋକପ୍ରିୟତା ବଢ଼ିବା ସହିତ ସେ ଗୋଟିଏ ଫିଲ୍ମ ସାଇନ୍ କରିବାକୁ କୋଟି କୋଟି ଟଙ୍କାର ହାଇ- ଡିମାଣ୍ଡ ମଧ୍ୟ କରନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଟଙ୍କା ଚାର୍ଜ କରୁଥିବା ବେଳେ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି ଧନୁଷ । ତାଙ୍କର ଚେନ୍ନାଇରେ ଏକ ଆଲିଶାନ୍ ଘର ରହିଛି । ଏହାର ଦାମ୍ ୨୦ରୁ ୨୫ କୋଟି ହୋଇଥିବା ଜଣାପଡ଼ିଛି । ଏବେ ପର୍ୟ୍ୟନ୍ତ ଧନୁଷ ନିଜ ପୁଅ ଓ ପତ୍ନୀଙ୍କ ସହିତ ଏହି ବଙ୍ଗଳାରେ ରୁହନ୍ତି । ଏହା ବ୍ୟତୀତ ଧନୁଷ ଜଣେ ଡାକ୍ତର ମଧ୍ୟ ଅଟନ୍ତି । ଧନୁଷ ଅଭିନୟ ସମେତ ନିର୍ଦ୍ଦେଶନା, ପ୍ଲେବ୍ୟାକ୍ ସିଙ୍ଗର୍ ଓ ପ୍ରଡ୍ୟୁସର୍ ଭାବରେ ମଧ୍ୟ କାମ କରନ୍ତି ।

Leave a Reply

Your email address will not be published.