ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଲକଡାଉନ ଓ ସଟଡାଉନ ଉପରେ ସମସ୍ତିଙ୍କ ନଜର

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲକଡାଉନ ଓ ସଟଡାଉନ ଉପରେ ସମସ୍ତିଙ୍କ ନଜର ରହିଛି । ଏହା ଉପରେ ରାଜ୍ୟ ନିର୍ଦେଶକ କହିଛନ୍ତି ରାଜ୍ୟରେ ସଂକ୍ରମଣ ସମାନ୍ତରାଳ ସ୍ଥିତିରେ ରହିଛି । ଲକଡ଼ାଉନ କି ସଟଡ଼ାଉନ କରିବା ଭଳି ସ୍ଥିତି ରାଜ୍ୟରେ ଆସିନାହିଁ । ସଂକ୍ରମଣ ହାର ଅଧିକ ରହୁଛି ତେଣୁ କିଛି ସ୍ଥାନରେ ଆର ଭ୍ୟାଲୁ ଅଧିକ ରହିବ । ମାତ୍ର ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଲୋକମାନଙ୍କୁ ବାରମ୍ବାର ଆମେ ନିବେଦନ କରୁଛୁ କି ସାମାନ୍ୟ ଲକ୍ଷଣ ଆସିଲେ ଟେଷ୍ଟିଂ କରାନ୍ତୁ । ଟେଷ୍ଟିଂ କ୍ରାଇଟେରିଆକୁ ମାନି କେତେ ଟେଷ୍ଟିଂ ବଢ଼ାଯାଇ ପାରିବ ସ୍ୱାସ୍ଥ୍ୟ ବିଭାଗ ସେ ଉପରେ ବିଚାର ବିମର୍ଷ କରୁଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟେଷ୍ଟିଂ ବଢାଇବା ପାଇଁ କାର୍ଯ୍ୟ କରୁଛୁ ।

ରାଜ୍ୟରେ କରୋନା ଆକ୍ରାନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ୧୧୬୦୭ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବାବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଭାବେ ୪୮୭୯ ଜଣ ଚିହ୍ନଟ ହୋଇଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଜଣ, ସୁନ୍ଦରଗଡରୁ ୧୨୧୯ଜଣ, କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.