ନିକଙ୍କୁ ଛାଡ଼ପତ୍ର ଦେଇପାରନ୍ତି ପ୍ରିୟଙ୍କା ଚୋପ୍ରା, ଇନଷ୍ଟାରୁ ହଟାଇଲେ ସ୍ୱାମୀଙ୍କ ସରନେମ

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କୁ ଛାଡ଼ପତ୍ର ଦେଇପାରନ୍ତି । ଏନେଇ ଅଭିନେତ୍ରୀ କୈାଣସି ମନ୍ତବ୍ୟ ରଖିନାହାଁନ୍ତି । ପ୍ରିୟଙ୍କା ସୋଶାଲ ମିଡିଆରେ ଏଭଳି କିଛି କାମ କରିଛନ୍ତି ଯାହା ତାଙ୍କ ଛାଡ଼ପତ୍ର ଦିଗକୁ ସୂଚାଉଛି । ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ (ନିକ ଜୋନାସ) ସରନେମକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ହଟାଇ ଦେଇଛନ୍ତି । ଅଭିନେତ୍ରୀ ତାଙ୍କ ନାମ ‘ପ୍ରିୟଙ୍କା ଚୋପ୍ରା ଜୋନାସ’ ସୋଶାଲ ମିଡିଆ ଆକାଉଣ୍ଟରେ ଲେଖୁଥିଲେ ।

ଏବେ ପ୍ରଶଂସକମାନେ ଦେଖିବାକୁ ପାଉଛନ୍ତିଯେ, ପ୍ରିୟଙ୍କା ନିଜ ସ୍ୱାମୀଙ୍କର ସରନେମକୁ ନିଜ ନାମରୁ ହଟାଇ ଦେଇଛନ୍ତି । ଏବେ ତାଙ୍କ ଇନଷ୍ଟା ଆକାଉଣ୍ଟ ପ୍ରିୟଙ୍କା ଚୋପ୍ରାଙ୍କ ନାମରେ ଥିବା ପୂର୍ବ ପରି ଦେଖିବାକୁ ମିଳିଛି । ଏହା ପୂର୍ବରୁ ମଧ୍ୟ ଅନେକ ଅଭିନେତ୍ରୀ ସୋଶାଲ ମିଡିଆ ଆକାଉଣ୍ଟରୁ ସ୍ୱାମୀଙ୍କ ସରନେମ ହଟାଇ ଛାଡ଼ପତ୍ରର ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବେ ବୋଲି ଏହି କଥାରୁ ସ୍ପଷ୍ଟ ବାରି ହୋଇ ପଡୁଛି । ଉଭୟେ ଛାଡ଼ପତ୍ର ସମ୍ପର୍କରେ ଏଯାଏଁ କୈାଣସି ସ୍ପଷ୍ଟିକରଣ ରଖିନାହାଁନ୍ତି । କୁହାଯାଉଥିଲାଯେ, ଆମେରିକାର ନାଗରିକତା ନେବା ଉଦ୍ଦେଶ୍ୟରେ ଅଭିନେତ୍ରୀ ନିକଙ୍କୁ ବିବାହ କରିଥିଲେ ।

Leave a Reply

Your email address will not be published.