ଶ୍ରୀବଲ୍ଲୀ ଗୀତରେ ଡ୍ୟାନ୍ସ କରି ଟ୍ରୋଲ ହେଲେ ରାନୁ ମଣ୍ଡଳ

ମୁମ୍ବାଇ, (ନାଗରାଜ ନ୍ୟୁଜ): ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ର କ୍ରେଜ ବିଶ୍ୱବ୍ୟାପୀ ରହିଛି । ଏହି ଚଳଚ୍ଚିତ୍ରଟି ୨ ମାସ ତଳେ ରିଲିଜ ହୋଇଥିଲା । କିନ୍ତୁ ଏବେ ପୁଷ୍ପାର ଟ୍ରେଣ୍ଡ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଛୋଟରୁ ବଡ଼ ଯାଏଁ ସମସ୍ତେ ଏହି ଗୀତରେ ନାଚି ଭିଡିଓ ବନାଉଛନ୍ତି । ସୋସିଆଲ ମିଡିଆ ଖୋଲିବା ମାତ୍ରେ ଭିଡିଓରେ ରିଲ୍ କରୁଛନ୍ତି । ବିଶେଷ କରି ଫିଲ୍କ ପୁଷ୍ପା ଗୀତ ଶ୍ରୀବଲ୍ଲୀକୁ ସମସ୍ତେ ବହୁତ ପସନ୍ଦ କରିଛନ୍ତି । ପ୍ରଶଂସକ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ୟ୍ୟନ୍ତ ‘ଶ୍ରୀବଲ୍ଲି’ ଗୀତରେ ରିଲ୍‌ କରୁଛନ୍ତି । ଏହି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ୍‌ ସମସ୍ତିଙ୍କୁ ବେଶ୍‌ ପସନ୍ଦ ଆସିଛି । ଯାହା ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଚାରିଆଡେ ଟ୍ରେଣ୍ଡ ଚାଲିଛି ।

ତେବେ ‘ତେରୀ ମେରୀ କାହାନୀ’ ଗୀତ ଗାଇ ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ନିକଟରେ କଚା ବାଦାମ୍‌ ଗାଇ ଖୁବ୍‌ ଟ୍ରୋଲ୍‌ ହୋଇଥିଲେ । ବର୍ତ୍ତମାନ ‘ଶ୍ରୀବଲି’ ଗୀତ ଗାଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଭିଡିଓରେ ରାନୁ ବହୁତ ମଜାଳିଆ ଷ୍ଟେପ୍‌ କରୁଛନ୍ତି । ରାନୁ ବ୍ଲୁ କଲରର ଟି ସାର୍ଟ ସହ ରେଡ୍‌ ଶାଢ଼ି ଏବଂ ହାତରେ ଏକ ବାଡ଼ି ଧରି ରାନୁ ଶ୍ରୀବଲ୍ଲି ଗୀତରେ ମଜାଳିଆ ଢଙ୍ଗରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭିଡିଓକୁ ଦେଖି ପ୍ରଶଂସକମାନେ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ନେଇଛନ୍ତି ।

Leave a Reply

Your email address will not be published.