ଜଗତସିଂହପୁର ପୋଲିସକୁ ମିଳିଲା ବଡ଼ ସଫଳତା

ନାଉଗାଁ : ଜଗତସିଂହପୁର ପୋଲିସ ପକ୍ଷରୁ ଚଢାଉ କରାଯାଇ ୧୮୨.୫୬ ଲି ଦେଶି ଓ ବିଦେଶି ମଦ ସହିତ ଏକ ମାରୁତି କାର ଜବତ କରାଯାଇଛି। ଏହାସହିତ ୨ଜଣ ଚୋରା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ଚାଟ୍ରା ଗ୍ରାମର ତ୍ରିନାଥ ମଲ୍ଲିକ ଓ ଶ୍ରୀଧର ମଲ୍ଲିକ ନାମକ ୨ ଯୁବକଙ୍କ ଘରେ ଜଗତସିଂହପୁର ପୁଲିସ ସ୍ପେସାଲ ସ୍କ୍ବାର୍ଡ ଓ ସଦର ଥାନା ଏସଆଇ ବି ଗଡନାୟକ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରିବା ସହିତ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

Leave a Reply

Your email address will not be published.