ସ୍ୱାମୀର ବାହାଘର ରୋକିଲେ ପ୍ରଥମ ସ୍ତ୍ରୀ।

କଟକ: ଶିଶୁପାଳ ହେଲେ ବର,ବାହାଘର ବେଦୀରେ ସରିଯାଇଥିଲା ବାହାଘର ହେଲେ ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ବରଂ ମାମୁ ଘରକୁ ଗଲେ ନବବିବାହିତ ବର। ସ୍ୱାମୀ ଦ୍ଵିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ କଟକ ମଧୂପାଟଣା ଥାନା ପୋଲିସ୍ କୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ସାର୍ତ୍ତଳ ଚଣ୍ଡୀ ମନ୍ଦିରକୁ। ପୋଲିସ୍ ପଚରାଉଚରା ପରେ ବର ମାନି ଯାଇଥିଲେ ସବୁ ସତ କଥା। ବାହାଘର ସମୟରେ ମନ୍ଦିର ପରିସରରେ କମ୍ ସଂଖ୍ୟକ ବନ୍ଧୁପରିଜଜନ ଙ୍କୁ ଦେଖିବାକୁ ମିଳିଥିଲା। ଜଣା ପଡୁଥିଲା ଏଠାରେ ସତେ ଯେମିତି କୌଣସି ଏକ ପୂଜା ହେଉଥିଲା। ହେଲେ ବର ଦୁତୀୟ ବିବାହ କରୁଥିଲା ବୋଲି କେହି ଟେର୍ ବି ପାଇ ନ ଥିଲେ। ଆଉ ନିଜ ସ୍ତ୍ରୀ ବୋଲି ସ୍ୱକାର କରିଥିଲେ। ପରେ ବରକୁ ପୋଲିସ୍ ଥାନାକୁ ନେଇ ଯାଇଥିଲା। ତାଙ୍କୁ ଅସୁବିଧା ହେଉଥିବାରୁ ସେ ଦୁତୀୟ ବିବାହ କରିଲେ ବୋଲି କହିଛନ୍ତି ବର ପ୍ରକାଶ ସାମଲ।

କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକରପୁର ଗ୍ରାମର କୁଳମଣି ସାମଲ ଙ୍କ ପୁଅ ପ୍ରକାଶ ସାମଲ ୨୦୦୭ ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମବିବାହ କରିଥିଲେ। ବାହାଘରର ୧୨ ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ସବୁ ଠିକଠାକ୍ ଚାଲିଥିଲାବେଳେ ବେଳେବେଳେ ଉଭୟଙ୍କ ମଧ୍ୟରେ କଳିକଜିଆ ହୋଇଥିଲା। ବାରମ୍ବାର ସମାଧାନର ବାଟ କାଢିଵାକୁ ଚାହୁଥିଲେ ବି ତାହା ସମ୍ଭବ ହୋଇପାରୁ ନ ଥିଲା। ଶେଷରେ ତାଙ୍କୁ କଟକ ସଦର ଥାନା ଉଷୁମା ଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ କିଛି ଟଙ୍କା ଧାର୍ ସୁତ୍ରରେ ନେଇ ଏକ ହୋଟେଲ୍ କରିଥିଲେ। ହେଲେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବରର ଦ୍ଵିତୀୟ ପତ୍ନୀ। ତେବେ ଘଟଣା ସ୍ଥଳରେ ପୋଲିସ୍ ଆଗରେ ନିଜ ସ୍ୱାମୀ ର କାରନାମା ବିଷୟରେ ସବୁ ବଖାଣିଥିଲେ ପ୍ରଥମ ପତ୍ନୀ।

Leave a Reply

Your email address will not be published.